www.samajalive.in
Sunday, December 14, 2025
14.1 C
Bhubaneswar

ୟୁଏସ୍‌ ଓପନ ବ୍ୟାଡମିଣ୍ଟନ: ସିନ୍ଧୁ ପରାସ୍ତ, ସେମିରେ ଲକ୍ଷ୍ୟ

ନୂଆଦିଲ୍ଲୀ: ୟୁଏସ୍‌ ଓପନ ସୁପର-୩୦୦ ବ୍ୟାଡମିଣ୍ଟନ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲରୁ ଦୁଇଟି ଅଲିମ୍ପିକ୍‌ସ ପଦକ ବିଜେତା ପି.ଭି ସିନ୍ଧୁ ବିଦାୟ ନେଇଥିବାବେଳେ ଲକ୍ଷ୍ୟ ସେନ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଖେଳାଯାଇଥିବା ପୁରୁଷ ଏକକ କ୍ବାର୍ଟର ଫାଇନାଲରେ ଲକ୍ଷ୍ୟ ନିଜ ଦେଶର ୧୯ ବର୍ଷୀୟ ଏସ୍‌ ଶୁଭ୍ରମଣ୍ୟମଙ୍କୁ ୨୧-୧୦ ଓ ୨୧-୧୭ରେ ସିଧାସଳଖ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି । ନିକଟରେ କାନାଡା ଓପନ ଜିତିଥିବା ତୃତୀୟ ମାନ୍ୟତାପ୍ରାପ୍ତ ଲକ୍ଷ୍ୟ ନିଜ ପ୍ରଦର୍ଶନକୁ ବଜାୟ ରଖି ଶୁଭ୍ରମଣ୍ୟମଙ୍କ ବିପକ୍ଷରେ ସହଜ ବିଜୟ ହାସଲ କରିଥିଲେ। ସେମିଫାଇନାଲରେ ଲକ୍ଷ୍ୟ ତାଇପେଇର ଏସ୍‌.ଏଫ ଲି ଙ୍କୁ ଭେଟିବେ। ଅନ୍ୟପକ୍ଷରେ ମହିଳା ଏକକ କ୍ବାର୍ଟର ଫାଇନାଲରେ ତୃତୀୟ ମାନ୍ୟତାପ୍ରାପ୍ତ ସିନ୍ଧୁ ଚୀନର ଜାଓ ଫାଙ୍ଗଙ୍କ ନିକଟରୁ ୨୦-୨୨ ଓ ୧୩-୨୧ରେ ପରାଜିତ ହୋଇ ବିଦାୟ ନେଇଛନ୍ତି। ସିନ୍ଧୁ ପ୍ରଥମ ସେଟ୍‌ରେ ସଂଘର୍ଷ କରି ଟାଇବ୍ରେକରରେ ପରାଜିତ ହୋଇଥିବାବେଳେ ଦ୍ବିତୀୟ ସେଟ୍‌ରେ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ପାଇନଥିଲେ।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories