www.samajalive.in
Saturday, December 13, 2025
26.1 C
Bhubaneswar

୫ଟି ସଚିବଙ୍କ ଗସ୍ତକୁ ଏବିଭିପିର ବିରୋଧ

ସମ୍ବଲପୁର: ସମ୍ବଲପୁରକୁ ରାଜ୍ୟ ୫ଟି ସଚିବ ଭି. କେ. ପାଣ୍ଡିୟାନ ୨ ଦିନିଆ ଗସ୍ତରେ ଆସିଛନ୍ତି। ଜନ ଶୁଣାଣି ନାମରେ ଦଳୀୟ କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ୫ଟି ସଚିବ ସମ୍ବଲପୁର ଗସ୍ତରେ ଆସିଛନ୍ତି ବୋଲି ଏବିଭିପି ଅଭିଯୋଗ କରି ଏହାର ଦୃଢ଼ ବିରୋଧ କରିଛି। ସଚିବଙ୍କ ସମ୍ବଲପୁର ଗସ୍ତ ସମୟରେ ଜିଲାର ବିଭିନ୍ନ କ୍ୟାମ୍ପସରୁ ଛାତ୍ରଛାତ୍ରୀ ମାନଙ୍କର ପରୀକ୍ଷା ଥିବା ଓ ଅନିଚ୍ଛା ସତ୍ୱେ ଜିଲା ପ୍ରଶାସନର ଚାପରେ ମହାବିଦ୍ୟାଳୟର ଗୁଡିକର ଅଧ୍ୟକ୍ଷ / ଅଧ୍ୟକ୍ଷା ମାନେ ଜୋର ଜବରଦସ୍ତି କାର୍ଯ୍ୟକ୍ରମକୁ ନେଇ ଯାଇଥିଲେ। ସେହିଭଳି ରେଢ଼ାଖୋଲର ଭୀମ ଭୋଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷାର ନାମରେ ମହାବିଦ୍ୟାଳୟକୁ ଡାକି ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଜୋର ଜବରଦସ୍ତ କାର୍ଯ୍ୟକ୍ରମକୁ ଆଣିଥିଲେ ଏବଂ ସେମାନଙ୍କୁ ଅତି ନିମ୍ନ ମାନର ଖାଦ୍ୟପେୟ ପ୍ରଦାନ କରିଛନ୍ତି। ଏଥି ସହ ବର୍ଷା ଯୋଗୁଁ ଛାତ୍ରଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ବୋଲି ଏବିଭିପି ଅଭିଯୋଗ କରିଛି। କାହାର ସ୍ୱାର୍ଥରେ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ସହିତ ଖେଳାଯାଇ ଦଳୀୟ କାର୍ଯ୍ୟକ୍ରମକୁ ଜୋର ଜବରଦସ୍ତି ସେମାନଙ୍କୁ କାର୍ଯ୍ୟକ୍ରମକୁ ଅଣାଯାଇଥିଲା। ଏହି ସମସ୍ତ ବିଷୟକୁ ନେଇ ଏବିଭିପିର ରାଜ୍ୟ ସହ ସମ୍ପାଦକ ଶ୍ୱେତାଂଶୁ ଶେଖର ବରାଇଙ୍କ ନେତୃତ୍ୱରେ ୫ଟି ସଚିବଙ୍କ ଗସ୍ତକୁ ବିରୋଧ କରି ବିଭିନ୍ନ ନାରା ଓ ସ୍ଲୋଗାମ ଦେଇ ଜିଏମ କଲେଜ ଛକରୁ ବାହାରି ଏକ ରାଲିରେ ଆସି ଲକ୍ଷ୍ମୀ ଟକିଜ ଛକରେ ପହଂଚି ଥିଲେ। ସେଠାରେ ପୁଲିସ ଛାତ୍ର ନେଇ ଶ୍ୱେତାଂଶୁ ବରାଇ, ୟଶବର୍ଦ୍ଧନ ତିୱାରୀ, ପ୍ରିତିଶ କର, ଶୁଭମ ମିଶ୍ରଙ୍କ ସମେତ ଛାତ୍ର ମାନଙ୍କୁ ଅଟକ ରଖିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories