www.samajalive.in
Friday, December 12, 2025
14.1 C
Bhubaneswar

ପୁସ୍ତକରେ ରହିଛି ଊର୍ଦ୍ଧ୍ୱମୁଖୀ ଚେତନାରେ ସମାଜ କଲ୍ୟାଣର ଆଲେଖ୍ୟ

ଭୁବନେଶ୍ବର: ବିଶିଷ୍ଟ ଐତିହାସିକା ଏବଂ ସୁଲେଖିକା ଶର୍ମିଷ୍ଠା ଗୁପ୍ତୁଙ୍କ ଅନ୍ୟତମ ସାରସ୍ବତ ଅବଦାନ ‘ଅନସ୍ପୋକନ’ ପୁସ୍ତକ ଓଟିଡିସି ଅଧ୍ୟକ୍ଷ ଡ.ଲେନିନ୍‌ ମହାନ୍ତିଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି। ପୁସ୍ତକ ଉନ୍ମୋଚନ କାଳରେ କ୍ରୀଡା ସଚିବ ଆର୍. ଭିନିଲ୍‌ କ୍ରୀଷ୍ଣା, ବିଶିଷ୍ଟ କ୍ରୀଡା ଉଦ୍ ଘୋଷକ ତଥା ଲେଖିକାଙ୍କ ସ୍ବାମୀ ବୋରିଆ ମଜୁମଦାର ଓ ସମାଜସେବୀ ତଥା ଅଧିବକ୍ତା ରେଖା ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ଅତିଥିଗଣ ଉପସ୍ଥିତ ଥିଲେ।

ବ୍ୟକ୍ତିଗତ ଅନୁଭୂତି ବେଳେବେଳେ ଅମୂଲ୍ୟ ସାବ୍ୟସ୍ତ ହୁଏ। ଅନୁଭବ ଆଣେ ସତ୍ୟ ଚେତନା। ଊର୍ଦ୍ଧ୍ୱମୁଖୀ ଚେତନା କରେ ସମାଜ କଲ୍ୟାଣ କ୍ଷ ବିସ୍ତାରିତ ହୃଦୟର ଭାଷା ଛୁଏଁ ପ୍ରତିଟି ମନ ଓ ପ୍ରାଣକୁ। ନିଜ ଚାରିପାଖର ଚରିତ୍ର ସବୁକୁ ସାଉଁଟି ଆଣି ଅଲିଭା ସ୍ମୃତିରେ ସଜେଇଛନ୍ତି ଶର୍ମିଷ୍ଠା ଗୁପ୍ତୁ ନିଜ ରଚିତ ପୁସ୍ତକ ‘ଅନସ୍ପୋକନ’ରେ। କୋଭିଡ୍ ମହାମାରୀ ତାଡନାର ‘ଅକୁହା କଥା’। ମହାମାରୀ ସମୟରେ ନିଜେ ଲେଖିକା ଦୀର୍ଘକାଳୀନ ମାନସିକ ଅସନ୍ତୁଳନ ଜନିତ ଅସୁସ୍ଥତାରୁ ଆରୋଗ୍ୟ ଲାଭ କରିବା ଓ ବାଧ୍ୟ ବାଧକତାରେ ଘରେ ରହିବା ସମୟରେ ଅତି ନିକଟରୁ ପରଖିଛନ୍ତି ସଂପର୍କର ପରିଭାଷା। ପୀଡିତା ପ୍ରତି ସାମାଜିକ ଦୃଷ୍ଟିକୋଣ, ସଂପର୍କୀୟଙ୍କ ବ୍ୟବହାର ତଥା ପାରିବାରିକ ମନୋଭାବର ତର୍ଜମା କରିଛନ୍ତି ନିରୋଳା ସମୟରେ-ନିର୍ମଳ ଚେତନାରେ-ନିଃସ୍ଵାର୍ଥ ମନୋଭାବରେ ।

- Advertisement -

ନିଜେ ଲେଖିକା ଅଙ୍ଗେ ନିଭାଇଥିବା ଅକୁହା କଥାର ସାରମର୍ମ ପ୍ରତିଫଳିତ କରିଛି ପୁସ୍ତକ ‘ଅନସ୍ପୋକନ’।
‘ୱକିଙ୍କ ବୁକ୍ ଫେୟାର୍ସ’ ଦ୍ବାରା ପ୍ରକାଶିତ ଓ ଇଂରାଜୀ ଭାଷାରେ ଲିଖିତ ଏହି ପୁସ୍ତକ ପ୍ରତ୍ୟେକ ବର୍ଗର ପାଠକଙ୍କୁ ଆକୃଷ୍ଟ କରିବ ବୋଲି ପୁସ୍ତକ ଉନ୍ମୋଚନ ସମୟରେ ଓଟିଡିସି ଅଧ୍ୟକ୍ଷ ଡଃ. ମହାନ୍ତି ଆଶାପୋଷଣ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories