www.samajalive.in
Friday, December 12, 2025
27.1 C
Bhubaneswar

ବେଲଜିୟମ ଠାରେ ପ୍ରବାସୀ ଓଡିଆଙ୍କ ସମ୍ମିଳନୀରେ ଯୋଗଦେଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ

ବେଲଜିୟମ/ଭୁବନେଶ୍ୱର: ବେଲଜିୟମ ଗସ୍ତରେ ଥିବା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଉଚ୍ଚଶିକ୍ଷା ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ସେଠାରେ ପ୍ରବାସୀ ଓଡିଆମାନଙ୍କ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେଇଛନ୍ତି। ବେଲଜିୟମର ବ୍ରୁସଲେସ ସହରର ସିଟି ସେଣ୍ଟର ଠାରେ ପ୍ରବାସୀ ଓଡିଆ ଦ୍ୱାରା ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ନାୟକ ଯୋଗ ଦେଇ ବେଲଜିୟମରେ ରହୁଥିବା ପ୍ରବାସୀ ଓଡିଆମାନେ ଏବେ ବି ନିଜ ଜନ୍ମାମାଟି ପ୍ରତି ଆବେଗ ରଖିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାର ସାମଗ୍ରିକ ବିକାଶ ଆଜି ବିଶ୍ୱ ମାନଚିତ୍ରରେ ଓଡିଶାକୁ ପରଚିତ କରାଇପାରିଛି।

ଏ କ୍ଷେତରେ ପ୍ରବାସୀ ଓଡିଆମାନଙ୍କର ମଧ୍ୟ ବଡ ଅବଦାନ ରହିଛି। ଏଥି ସହିତ ପ୍ରବାସୀ ଓଡିଆମାନଙ୍କ ପାଇଁ ଓଡିଶା ସରକାର ଗ୍ରହଣ କରିଥିବା ସ୍ୱତନ୍ତ୍ର ପଦକ୍ଷେପ, ଓଡିଶା ମୋ ପରିବାର ଏବଂ ମିଶନ ଶକ୍ତିର ସଫଳତା ଆଦି ସମ୍ପର୍କରେ ମନ୍ତ୍ରୀ ଶ୍ରୀ ନାୟକ ସୂଚନା ଦେଇଥିଲେ। ବିଦେଶରେ ରହୁଥିବା ପ୍ରବାସୀ ଓଡିଆମାନେ ଓଡିଶାର ଏହି ବିକାଶ ଧାରାରେ ନିଜକୁ ସାମିଲ କରିବାପାଇଁ ମନ୍ତ୍ରୀ ନାୟକ ସେମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ବେଲଜିୟମ ସ୍ଥିତ ପ୍ରବାସୀ ଓଡିଆମାନଙ୍କ ତରଫରୁ ମନ୍ତ୍ରୀ ଶ୍ରୀ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

- Advertisement -

ମନ୍ତ୍ରୀ ଶ୍ରୀ ନାୟକଙ୍କ ସହିତ ବେଲଜିୟମ ଗସ୍ତରେ ଥିବା ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଟି.ପ୍ରସାଦ ରାଓ ଦୋରା ଏବଂ ପରିଚାଳନା ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝି ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରବାସୀ ଓଡିଆମାନଙ୍କ ପକ୍ଷରୁ ଆୟୋଜିତ ସମ୍ମିଳନୀକୁ ବେଲଜିୟମର ସଞ୍ଜୟ ପରିଡା, ରଞ୍ଜିତ ପାଇକରାୟ, ରାମ କୁମାର ରଣା ଯାଦବ, ଅଂଶୁମାନ ତ୍ରିପାଠୀ ଏବଂ ନେଦରଲ୍ୟାଣ୍ଡର ଦୀପକ ପରିଡା ପ୍ରମୁଖ ସଫଳତାର ସହ ପରିଚାଳନା କରିଥିଲେ।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories