www.samajalive.in
Wednesday, December 10, 2025
17.1 C
Bhubaneswar

ଅଧାରେ ଅଟକିଛି ପୁଲିସ ଚେକ୍‌‌ପୋଷ୍ଟ ନିର୍ମାଣକାର୍ଯ୍ୟ

ହରଭଙ୍ଗା: ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକ ବଜାର ଉପକଣ୍ଠରେ ଏକ ପୁଲିସ ଚେକପୋଷ୍ଟ ଗୃହ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ଭାବେ ପଡ଼ିରହିଛି।ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ମିଳିତ ପ୍ରଚେଷ୍ଟାରେ ଏକ ପୁଲିସ ଚେକପୋଷ୍ଟ ନିର୍ମାଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଜବରଦଖଲ ଉଛେଦ କାର୍ଯ୍ୟ ହାତକୁ ନିଆଯାଇଥିଲା। ଗତ ୨୯ ତାରିଖ ଦିନ ତହସିଲଦାରଙ୍କ ଉପସ୍ଥିତିରେ ଦୋକାନଗୁଡିକ ଉଛେଦ କରାଯାଇଥିଲା। ଏହାପରେ ଚେକପୋଷ୍ଟ ନିର୍ମାଣପାଇଁ ସାମଗ୍ରୀ ଗଦା କରାଯାଇ ଲୁହାଛଡରେ ନିର୍ମାଣ କାର୍ଯ୍ୟ କରାଯାଇଥିଲା। ମାତ୍ର ଏତିକିରେ ଚେକପୋଷ୍ଟ ନିର୍ମାଣକାର୍ଯ୍ୟ ଅଟକି ଯାଇଥିବା ଦେଖିବାକୁ ମିଳିଛି। ଯେଉଁ ଉଦେଶ୍ୟ ନେଇ ତରବରିଆ ଭାବେ ଦୋକାନଗୁଡିକ ଉଛେଦ କରାଗଲା, ସେହି ଅନୁସାରେ ଚେକପୋଷ୍ଟ ନିର୍ମାଣ କାର୍ଯ୍ୟ ଶେଷ ନହେବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଏହାର ନିର୍ମାଣକାର୍ଯ୍ୟ ଶେଷ କରିବାକୁ ସାଧାରଣରେ ଦାବୀ ଉଠୁଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories