www.samajalive.in
Sunday, December 7, 2025
23.1 C
Bhubaneswar

ନିର୍ମାଣଧିନ କରଡି ବନ୍ୟା ରାସ୍ତା ଶୋଚନୀୟ, ଯାତାୟତ ବାଧାପ୍ରାପ୍ତ

ହରଭଙ୍ଗା : ହରଭଙ୍ଗା ବ୍ଲକ ବୀରନରସିଂହପୁର ପଂଚାୟତ ଅର୍ନ୍ତଗତ ନିର୍ମାଣଧିନ କରଡି ବନ୍ୟାରାସ୍ତା ଅବସ୍ଥା ବର୍ଷାରେ ଶୋଚନୀୟ ହୋଇପଡିଛି। ଫଳରେ ଏହି ରାସ୍ତାଦେଇ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ପ୍ରକାଶ ଯେ କରଡି ଠାରୁ ବୀରନରସିଂହପୁର ପଂଚାୟତ ସଦରମହକୁମାକୁ ବନ୍ୟା ସମୟରେ ସଂଯୋଗ ପାଇଁ ଏକ କିଲୋମିଟର ରାସ୍ତା ଗ୍ରାମ୍ୟ ଉନ୍ନୟନବିଭାଗ ପକ୍ଷରୁ ନିର୍ମାଣଧିନ ଚାଲିଛି। ନିର୍ମାଣଧିନ ରାସ୍ତା ଉପରେ ତିନିଗୋଟି ଛୋଟ ଛୋଟ ପୋଲ ନିର୍ମାଣ କାର୍ଯ୍ୟ ସରିଛି।ମାତ୍ର ରାସ୍ତା ଦୁଇପାଶ୍ୱର୍ର ସପୋର୍ଟିଂଓାଲ କାର୍ଯ୍ୟ ସରିନଥିବାରୁ ରାସ୍ତାଉପରେ ଯାତାୟତ ସୁବିଧା ହୋଇ ପାରିନାହିଁ। ଅନ୍ୟପଟେ ଡାଇଭରସନ ରାସ୍ତା ନିର୍ମାଣ ହୋଇନଥିବାରୁ ବିଲ ରାସ୍ତାରେ ବର୍ଷାପାଣି ଜମି ରହୁଥିବାରୁ ସାଧାରଣ ଲୋକେ , ସ୍କୁଲ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ଯିବାଆସିବା ପାଇଁ ବହୁତ ହଇରାଣ ହେଉଛନ୍ତି । ତୁରନ୍ତ ରାସ୍ତାକାର୍ଯ୍ୟ ସମ୍ପୂର୍ଣ୍ଣକରିବା ଦିଗରେ ବିଭାଗୀୟ କତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ସ୍ଥାନୀୟଲୋକେ ଦାବୀ କରିଛନ୍ତି। ଏ ସର୍ମ୍ପକରେ ବୌଦ୍ଧ ଗ୍ରାମ୍ୟଉନ୍ନୟନ ସହକାରୀଯନ୍ତ୍ରୀ ଇଂ ରଘୁନାଥ ମହାନ୍ତିଙ୍କୁ ପଚାରିବାରୁ ନିର୍ମାଣଧିନ ରାସ୍ତାରେ ପୋଲ ଢଳେଇ କାର୍ଯ୍ୟ ସରିଛି। ଲୋକଙ୍କ ସୁବିଧା ପାଇଁ ଦିନେ ଦୁଇଦିନ ମଧ୍ୟରେ ମାଟି ପକାଇ ଯାତାୟତ ସୁବିଧା କରିବୁ ବୋଲି କହିଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories