www.samajalive.in
Sunday, December 14, 2025
26.1 C
Bhubaneswar

ଦଳମୟ ଶଙ୍ଖଯୋର ; ଦୁର୍ଦ୍ଦିନରେ ୬୦ ମତ୍ସ୍ୟଜୀବୀ ପରିବାର

ଗୁରୁଡିଝାଟିଆ : ଶଙ୍ଖଯୋର ଥିଲା ମତ୍ସଜୀବୀଙ୍କ ଭାତହାଣ୍ଡି । ରାତି ପାହିଲେ ଜାଲ ଓ ଖାଳେଇ ଧରି ଗୁଜୁରାଣ ମେଣ୍ଟାଇବା ପାଇଁ ଶଙ୍ଖଯୋରରେ ମାଛମାରି ବିକ୍ରୟ କଲେ ପରିବାର ଚଳିଥାଏ । କଖଡିର ପ୍ରାୟ ୬୦ ମତ୍ସ୍ୟଜୀବୀ ପରିବାର ଶଙ୍ଖଯୋର ଉପରେ ନିର୍ଭର କରି ଚଳିଥାନ୍ତି । ହେଲେ ଯୋରରେ ଦଳ ଭର୍ତ୍ତି ହୋଇଥିବାରୁ ମତ୍ସ୍ୟଜୀବୀ ଜାଲ ଓ ଖାଳେଇକୁ ଘରେ ଟଙ୍ଗାଇ ଏବେ ମୂଲ ଲାଗୁଛନ୍ତି । ସେମାନଙ୍କ ଏଭଳି ସ୍ଥିତିରେ ପ୍ରଶାସନ ସହଯୋଗର ହାତ ବଢାଇବା ତ ଦୂରକଥା। ଦଳପୂର୍ଣ୍ଣ ଶଙ୍ଖଯୋରକୁ ଦେଖିବାକୁ ମଧ୍ୟ ଆସୁନାହାନ୍ତି । ଆଠଗଡ ନିର୍ବାଚନ ମଣ୍ଡଳୀର ଟାଙ୍ଗିଚୌଦ୍ୱାର ବ୍ଲକ ଅନ୍ତର୍ଗତ କଖଡିରେ କୈବର୍ତ୍ତ ପରିବାର ଶଙ୍ଖଯୋର ଉପରେ ନିର୍ଭରଶୀଳ। ଯୋରଟି ପ୍ରାୟ ୫ କିମି ପର୍ଯ୍ୟନ୍ତ ଲମ୍ବିଛି । ରୋହୀ ,ଭାକୁର, ମିରିକାଳି, ମାଗୁର ,ସେଉଳ, କଣ୍ଟିଆ, କେରାଣ୍ଡି, ଚିତଳ ଓ ଫଳି ପ୍ରଭୃତି ମାଛ ଦେଖାଯାଇଥାନ୍ତି । ଯୋରଟି ସାପୁଆ ଓ ମହାନଦୀ ସହିତ ସଂଯୋଗ ହୋଇଥିବାରୁ ବନ୍ୟା ସମୟରେ ମହାନଦୀ ଓ ସାପୁଆରୁ ମାଛ ଶଙ୍ଖଯୋରରେ ପଶିଥାନ୍ତି । ଫଳରେ କଖଡିର ମତ୍ସ୍ୟଜୀବୀମାନେ ମାଛମାରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି । ହେଲେ ଯୋର ଜଳରାଶି ଉପରେ ଦଳ ଏପରି ଆଚ୍ଛାଦିତ ହୋଇ ରହିଛି ଯେ ମାଛ କଣ ମାରିବେ ପାଣି ଦେଖାଯାଉନାହିଁ । ଫଳରେ ମତ୍ସ୍ୟଜୀବୀ ପରିବାର ଦୁର୍ଦ୍ଦିନରେ କାଳତିପାତ କରୁଛନ୍ତି । ବାଧ୍ୟ ହୋଇ ବିଭିନ୍ନ ସ୍ଥାନକୁ ଯାଇ ଦିଜମଜୁରିଆ ଭାବେ କାମ କରି କୁଟୁମ୍ବ ପୋଷୁଛନ୍ତି । ନିଜର କୌଳିକ ବୃତ୍ତି ଏକ ପ୍ରକାର ଉଜୁଡି ଯାଇଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଯୋରକୁ ସଫେଇ କଲେ କଖଡିର କୈବର୍ତ୍ତ ପରିବାର ସେମାନଙ୍କ କୌଳିକ ବେଉଷା କରି ଗୁଜୁରାଣ ମେଣ୍ଟାଇପାରିବେ ବୋଲି ସାଧାରଣରେ ଦାବି ହୋଇଛି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories