www.samajalive.in
Monday, December 8, 2025
24.1 C
Bhubaneswar

ପିକପ ଭ୍ୟାନ ସହ ୫କ୍ୱିଣ୍ଟାଲ ଖଇର କାଠ ଜବତ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବନାଞ୍ଚଳ ରେଞ୍ଜ ତରଫରୁ ତୁରେକେଲା ଅଞ୍ଚଳରେ ରାତିରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ଚୋରା ଖଇର କାଠ ଚାଲାଣ ହେବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା। ତୁରେକେଲା ପୁଲିସ ଫୋର୍ସ ସହ ଖଇର କାଠ ଗାଡିକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲା। ଆଜି ସକାଳେ କଣ୍ଟାବାଞ୍ଜୀ ରେଞ୍ଜର ବାର୍ଲା ଏବଂ ବଡ଼ବାଙ୍କି ଗ୍ରାମ ମଧ୍ୟରାସ୍ତାରେ ୫ କ୍ୱିଣ୍ଟାଲ ଖଇର ଗଣ୍ଡି ବୋଝେଇ ଏକ ଗାଡିକୁ ଜବତ କରିଥିଲେ।

ଘଟଣା ସ୍ଥଳରୁ ଗାଡି ଚାଲକ ଫେରାର ହୋଇଯାଇଥିଲେ। ଜବତ କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରଦ୍ଧାଦେବ ବଡ଼ମାଳୀ ସୂଚନା ଦେଇଛନ୍ତି। ଜବତ ସାମଗ୍ରୀକୁ ଅଧିକ ଅନୁସନ୍ଧାନ ପାଇଁ ରେଞ୍ଜ ଅଫିସକୁ ଅଣାଯାଇଏକ ମାମଲା ରୁଜୁ ସହ ଅଧିକ ତଦନ୍ତ ଜାରି ରହିଛି । ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ବନପାଳ କାମେଶ୍ୱର ତାଣ୍ଡି ତୁରେକେଲା ବିଟ ବନପାଳ ହୀରାଧର ମାଝୀ, ତୁରେକେଲା ପୋଲିସ ଫୋର୍ସ, କଣ୍ଟାବାଞ୍ଜୀ ରେଞ୍ଜ ର ପାରା କର୍ମଚାରୀପ୍ରଶାନ୍ତ ନାଏକ,ଧନେଶ୍ୱର ମାଝୀ ଜଳଧର ବଂଛୋର,ପିତାମ୍ବର କୁମ୍ଭାର, ରାମ. ମାଝୀ ଏହି ଚଢ଼ାଉରେ ସାମିଲ ଥିଲେ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories