www.samajalive.in
Sunday, December 14, 2025
26.1 C
Bhubaneswar

ଆଦିବାସୀ ପରିବାରକୁ ବିହନ ବଣ୍ଟନ

ପାତ୍ରପୁର: ପାତ୍ରପୁର ବ୍ଳକ ତୁମ୍ବା ପଞ୍ଚାୟତର ଦୁଇଗୋଟି ଗ୍ରାମର ଶତାଧିକ ଆଦିବାସୀ ପରିବାରକୁ ପନିପରିବା ବିହନ ବଣ୍ଟନ କରାଯାଇଛି। ତୁମ୍ବା ପଞ୍ଚାୟତ ଅଣ୍ଡରସିଙ୍ଗି ଏବଂ ସର୍ଵଧପୁର ଗ୍ରାମରେ ଲୋକଙ୍କୁ ଉନ୍ନତ ମାନର ଜହ୍ନି, ମକା, ବାଇଗଣ, କଲରା, କଖାରୁ, ଭେଣ୍ଡି ଓ ବିଭିନ୍ନ ଶାଗ ବିହନ ପକେଟ୍ ବଣ୍ଟା ଯାଇଥିଲା। ଭୁବନେଶ୍ୱର ଉନ୍ନତି ସହଯୋଗ ଟ୍ରଷ୍ଟ ଦ୍ଵାରା ତୁମ୍ବା ଆଦିମ ଜନଜାତି ରହୁଥିବା ଏହି ଦୁଇ ଗ୍ରାମରେ ବିହନ ଯୋଗାଣକୁ ନେଇ ଆଦିବାସୀ ମହଲରେ ଆନନ୍ଦ ପ୍ରକାଶ ପାଇଛି। ସଂସ୍ଥାର ନିର୍ଦ୍ଦେଶକ ତଥା ଅବସର ପ୍ରାପ୍ତ ଅଧିକାରୀ ବିଦ୍ୟା ଭୂଷଣ ମହାନ୍ତି, ରୁଚିକା ପାଢ଼ୀ, ସୋନାଲି ପାତ୍ର ପ୍ରମୁଖ ଦୁଇ ଗ୍ରାମରେ ପହଞ୍ଚି ବିହନ ବଣ୍ଟନ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories