ପାତ୍ରପୁର: ପାତ୍ରପୁର ବ୍ଳକ ତୁମ୍ବା ପଞ୍ଚାୟତର ଦୁଇଗୋଟି ଗ୍ରାମର ଶତାଧିକ ଆଦିବାସୀ ପରିବାରକୁ ପନିପରିବା ବିହନ ବଣ୍ଟନ କରାଯାଇଛି। ତୁମ୍ବା ପଞ୍ଚାୟତ ଅଣ୍ଡରସିଙ୍ଗି ଏବଂ ସର୍ଵଧପୁର ଗ୍ରାମରେ ଲୋକଙ୍କୁ ଉନ୍ନତ ମାନର ଜହ୍ନି, ମକା, ବାଇଗଣ, କଲରା, କଖାରୁ, ଭେଣ୍ଡି ଓ ବିଭିନ୍ନ ଶାଗ ବିହନ ପକେଟ୍ ବଣ୍ଟା ଯାଇଥିଲା। ଭୁବନେଶ୍ୱର ଉନ୍ନତି ସହଯୋଗ ଟ୍ରଷ୍ଟ ଦ୍ଵାରା ତୁମ୍ବା ଆଦିମ ଜନଜାତି ରହୁଥିବା ଏହି ଦୁଇ ଗ୍ରାମରେ ବିହନ ଯୋଗାଣକୁ ନେଇ ଆଦିବାସୀ ମହଲରେ ଆନନ୍ଦ ପ୍ରକାଶ ପାଇଛି। ସଂସ୍ଥାର ନିର୍ଦ୍ଦେଶକ ତଥା ଅବସର ପ୍ରାପ୍ତ ଅଧିକାରୀ ବିଦ୍ୟା ଭୂଷଣ ମହାନ୍ତି, ରୁଚିକା ପାଢ଼ୀ, ସୋନାଲି ପାତ୍ର ପ୍ରମୁଖ ଦୁଇ ଗ୍ରାମରେ ପହଞ୍ଚି ବିହନ ବଣ୍ଟନ କରିଥିଲେ।
Popular Categories



