www.samajalive.in
Sunday, December 7, 2025
26.1 C
Bhubaneswar

କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ତମାଖୁମୁକ୍ତ ସଚେତନତା ରଥର ଶୁଭାରମ୍ଭ

କଲମପୁର: କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ତମାଖୁମୁକ୍ତ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ମଙ୍ଗଳବାର କଲମପୁର ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁ ପତାକା ଦେଖାଇ ଏହି ତମାଖୁ ମୁକ୍ତ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି।

ତମାଖୁ ବ୍ୟବହାର ଦ୍ୱାରା କର୍କଟ, ହୃଦଘାତ, ବୃକକଜନିତ ରୋଗ ସହ ଯକ୍ଷ୍ମା ଭଳି ପ୍ରାଣଘାତୀ ରୋଗ ସୃଷ୍ଟିର କାରଣ ପାଲଟିଛି। ଏହି ସମସ୍ତ ରୋଗରେ ଆକ୍ରାନ୍ତ ହେଇ ଅନେକଙ୍କ ମୃତ୍ୟୁ ହୋଇଛି। କିଛି ପରିବାର ତଳିତଳାନ୍ତ ହୋଇଛନ୍ତି। ତେଣୁ ତମାଖୁ ବ୍ୟବହାର ପାଇଁ ନିଷେଧାଦେଶ ରହିଛି। ଅନେକ ଯୁବ ଗୋଷ୍ଠୀ ତମାଖୁ ବ୍ୟବହାର ଅଭ୍ୟାସ କରି ନିଜ ଜୀବନକୁ ବିପଦ ମୁହଁକୁ ଠେଲି ଦେଉଛନ୍ତି। ତେଣୁ ତମାଖୁ ବ୍ୟବହାରର କୁପରିଣାମ ସମ୍ବନ୍ଧରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ତମାଖୁ ମୁକ୍ତ ସଚେତନତା ରଥ ପରିକ୍ରମା କରାଯାଉଛି। ଏପରିକି ବିଦ୍ୟାଳୟ, ଦେବାଳୟର ୧୦୦ ମିଟର ଦୂରତ୍ୱ ମଧ୍ୟରେ ତମାଖୁ ଜାତୀୟ ସାମଗ୍ରୀ ବିକ୍ରି ପାଇଁ ନିଷେଧ କରାଯାଇଛି। ଏଥିସହ ସର୍ବସାଧାରଣ ସ୍ଥାନରେ ମଧ୍ୟ ତମାଖୁ ଦ୍ରବ୍ୟ ବ୍ୟବହାର ବାରଣ କରାଯାଇଛି। ଯଦି କେହି ଏହି ନିୟମ ଖିଲାପ କରନ୍ତି ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ ଆର୍ଥିକ ଦଣ୍ଡ ରହିଛି। ଆଜି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କଲମପୁର ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ହେମନ୍ତ କୁମାର ଶଗଡ଼ିଆଙ୍କ ଅଧ୍ୟକ୍ଷତାରେ ଡାକ୍ତର ସମ୍ବିତ ମହାନ୍ତି, ଡାକ୍ତର ଅମିୟ କୁମାର ଜଗଦଲ, ଡାକ୍ତର ଜ୍ୟୋତିକ୍ରିଷ୍ଣା ମାଝୀ, ଡାକ୍ତର ରେଣୁକା ହେମ୍ବ୍ରମ, ଡାକ୍ତର ଅମୂଲ୍ୟ କୁମାର ବେହେରା ପ୍ରମୁଖଙ୍କ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ସ୍ୱାସ୍ଥ୍ୟ କର୍ମୀ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମୀ ଏବଂ ଆଶାମାନଙ୍କ ଉପସ୍ଥିତିରେ ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁ ପତାକା ଦେଖାଇ ତମାଖୁ ମୁକ୍ତ ସଚେତନ ରଥର ଶୁଭାରମ୍ଭ କରିଛନ୍ତି। ଏହି ରଥ ସମଗ୍ର କଲମପୁର ବ୍ଲକ ଅଂଚଳ ପରିକ୍ରମା କରିବ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories