www.samajalive.in
Friday, December 12, 2025
17.1 C
Bhubaneswar

କୃଷକ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ମାନେ ଦକ୍ଷତାର ସହ ଅଧିକ ମତ୍ସ୍ୟ ଉତ୍ପାଦନ କରିବାକୁ ପରାମର୍ଶ

ପିପିଲି:ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଠାରେ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସିଫାର ଜ୍ଞାନକୌଶଳକୁ ଉପଯୋଗ କରି ମାଛଚାଷରେ ସଫଳତା ହାସଲ କରିଥିବା ବିଭିନ୍ନ ରାଜ୍ୟର ୧୬ ଜଣ ମତ୍ସ୍ୟଚାଷୀଙ୍କୁ ସମ୍ମାନୀତ କରାଯିବା ସହ ୩ଟି ପତ୍ରିକାକୁ ଉନ୍ମୋଚନ କରାଯାଇଥିଲା। ସିଫାର ମୁଖ୍ୟାଳୟ ସମେତ ଭଟିଣ୍ଡା, ବିଜୟୱାଡ଼ା, ରାହାରା ଓ ବେଙ୍ଗାଲୁରୁ ଠାରେ ଥିବା ସିଫାର ଆଞ୍ଚଳିକ ଗବେଷଣା କେନ୍ଦ୍ରରେ ମଧ୍ୟ ଅନୁରୂପ ଭାବେ ଏହି ଉତ୍ସବ ପାଳିତ ହୋଇଥିଲା।

ଏହି ଅବସରରେ ସିଫା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡିଶା ମିଶନ ଶକ୍ତିର ନିର୍ଦ୍ଦେଶକ ଓ ସିଇଓ ଡଃ ଏନ୍. ଥିରୁମାଲା ନାଏକ ଯୋଗଦେଇ ଦେଶ ପ୍ରତି ରହିଥିବା ସେବା ପାଇଁ ସିଫାର ଅବଦାନକୁ ପ୍ରଶଂସା କରିବା ସହ ମହିଳା କୃଷକ ଉଦ୍ୟୋଗୀମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବୈଷୟିକ ପ୍ରଶିକ୍ଷଣ ବ୍ୟବସ୍ଥା ପ୍ରଚଳନ ପାଇଁ ବୈଜ୍ଞାନିକ ମାନଙ୍କୁ ପରାମର୍ଶ ଦେଇଥିଲେ। ଉପସ୍ଥିତ କୃଷକ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ମାନେ ଦକ୍ଷତାର ସହ ଅଧିକ ମତ୍ସ୍ୟ ଉତ୍ପାଦନ କରିବାକୁ ସେ ପରାମର୍ଶ ଦେଇଥିଲେ। ଓଡିଶା ସରକାରଙ୍କ ପକ୍ଷରୁ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ମତ୍ସ୍ୟଚାଷ ପାଇଁ ଉତ୍ସାହିତ କରାଯାଉଥିବା ସଂପର୍କରେ ସେ ଆଲୋକପାତ କରିବା ସହ ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ଗୋଷ୍ଠୀଙ୍କୁ ଗ୍ରାମ ପଞ୍ଚାୟତ ପୋଖରୀ ଗୁଡ଼ିକୁ ନିଲାମ ଦିଆଯାଇ ମାଛଚାଷ କରିବା ପାଇଁ ବିଭିନ୍ନ ଅନୁଦାନ ପ୍ରଦାନ କରାଯାଉଥିବାର ସୂଚନା ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଅନ୍ତଃଜଳ ମତ୍ସ୍ୟଚାଷ ବିଭାଗର ଉପ-ମହାନିର୍ଦ୍ଦେଶକ ଡଃ ବିମଳ ପ୍ରସନ୍ନ ମହାନ୍ତି ଯୋଗଦେଇ ଜଳଜୀବ ପାଳନରେ ଲିଙ୍ଗଗତ ବୈଷମ୍ୟ ଦୂରକରି ମହିଳାମାନେ ଏହି କ୍ଷେତ୍ରକୁ ଆଗେଇ ଆସିବା ଦରକାର ବୋଲିି କହିଥିଲେ। ଜଳଜୀବ ପାଳନ କ୍ଷେତ୍ରରେ ମହିଳାମାନଙ୍କ ପ୍ରତ୍ୟକ୍ଷ ଭାଗିଦାରୀ ଫଳରେ ପରିବାରକୁ ଉଚିତ୍ ପୋଷଣ ମିଳିବା ସହ ଅର୍ଥନୈତିକ ଉନ୍ନତି ହୋଇପାରିବ ବୋଲି ସେ ଆଶାପ୍ରକାଶ କରିଥିଲେ।

- Advertisement -

ସିଫାର ନିର୍ଦ୍ଦେଶକ ଡଃ ପ୍ରମୋଦ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ଅବସରରେ ପ୍ରକାଶ କରିଥିଲେ ଯେ ସିଫାରେ ଆର୍ଥିକ ଦୃଷ୍ଟିକୋଣରୁ ଅଧିକ ଲାଭ ପ୍ରଦାନ କରୁଥିବା ମାଛ ଓ ଚିଙ୍ଗୁଡ଼ିର ପ୍ରଜନନ ଏବଂ ଚାଷ ପାଇଁ ଗୁରୁତ୍ୱ ଦିଆଯାଉଛି। ଏଫ୍ଆର୍ପି ହାଚେରୀ, ଖାଦ୍ୟ ପ୍ରଦାନକାରୀ ଯନ୍ତ୍ର, ବିଭିନ୍ନ ବୟସର ମାଛ ପାଇଁ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତି, ରୋଗର ନିଦାନ, ଜୟନ୍ତୀ ରୋହୀ, ସିଫାବ୍ରୁଡ଼, ଜିଆଇ-ଚିଙ୍ଗୁଡ଼ି, ଜିଆଇ-ଭାକୁର ଇତ୍ୟାଦିର ବୈଷୟିକ ଗୁରୁତ୍ୱ ସଂପର୍କରେ ସେ ଆଲେକପାତ କରିଥିଲେ। ଆଭାସୀ ଶିକ୍ଷାଦାନ ପାଇଁ ମତ୍ସ୍ୟସେତୁ ଆପ୍ ସଂପର୍କରେ ସେ ସୂଚନା ପ୍ରଦାନ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗ୍ସିପ୍ ଯୋଜନା ମାଧ୍ୟମରେ ଅଂଶୀଦାରମାନଙ୍କ ନିକଟରେ ପହଞ୍ôଚବା ପାଇଁ ସିଫା ପ୍ରଚେଷ୍ଟା ଜାରି ରଖିଥିବା ପ୍ରକାଶ କରିଥିଲେ। ୨ଶହରୁ ଊଦ୍ଧ୍ୱର୍ ମହିଳାକୃଷକ, ଅଗ୍ରଣୀଚାଷୀ, ଉଦ୍ୟୋଗୀ ଓ ସରକାରୀ କର୍ମଚାରୀ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ମତ୍ସ୍ୟଚାଷୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବୈଜ୍ଞାନିକମାନଙ୍କ ସହ ସିଧାସଳଖ ଭାବ ବିନିମୟ କରିବା ସହିତ ସେମାନଙ୍କ ସମସ୍ୟା ସମାଧାନର ସୂତ୍ର ସଂପର୍କରେ ପଚାରି ବୁଝିଥିଲେ। ଶେଷରେ ସିଫାର ପ୍ରଧାନ ବୈଜ୍ଞାନିକ ତଥା ସମାଜ ବିଜ୍ଞାନ ବିଭାଗର ମୁଖ୍ୟ ଡଃ ଜି. ଏସ୍. ସାହା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories