www.samajalive.in
Thursday, December 11, 2025
14.1 C
Bhubaneswar

୧୦୩ଗୋଟି ଅଭିଯୋଗର ଶୁଣାଣି କଲେ ଅତିରିକ୍ତ ଜିଲାପାଳ

ଫୁଲବାଣୀ : କନ୍ଧମାଳ ଜିଲା ରାଇକିଆ ବ୍ଲକ୍ କାର୍ଯ୍ୟାଳୟଠାରେ ସୋମବାର ଅତିରିକ୍ତ ଜିଲାପାଳ ବସନ୍ତ ସାହୁ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି । ସମୁଦାୟ ୧୦୩ ଗୋଟି ଅଭିଯୋଗର ଶୁଣାଣି ହୋଇଛି । ସେଥି ମଧ୍ୟରୁ ୭୫ ଟି ବ୍ୟକ୍ତିଗତ ଏବଂ ୨୮ ଟି ସାମୂହିକ ଅଭିଯୋଗ ରହିଥିଲା । ବିଶେଷ କରି ପାନୀୟ ଜଳ ସମସ୍ୟା, ଭତ୍ତା, ଆବାସ ଯୋଜନା, ଖାଦ୍ୟ ସୁରକ୍ଷା କାର୍ଡ ସମ୍ପର୍କିତ ଅଭିଯୋଗ ରହିଥିଲା । ରାଇକିଆ ପଂଚାୟତର ମାସେଡିକିଆ ଅଂଚଳର ଚାଷୀଙ୍କ ପାଇଁ ଉଠା ଜଳସେଚନର ସୁବିଧା ଯୋଗାଇଦେବା ପାଇଁ ଲିଖିତ ଅଭିଯୋଗ ହୋଇଥିଲା । ଦୁଇ ଜଣଙ୍କୁ ଶ୍ରବଣ ଯନ୍ତ୍ର ଓ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା । ଜିଲାପାଳଙ୍କ ସମେତ ବାଲିଗୁଡା ଉପଜିଲାପାଳ ଏମ ଏସ ମଧୁମିତା, ଅତିରିକ୍ତ ଏସପି ବାସୁଦେବ ସାହୁ, ଅତିରିକ୍ତ ଜିଲା ଉନ୍ନୟନ ଅଧିକାରୀ ହରପ୍ରସାଦ ଭୋଇ ଏବଂ ଜିଲାର ବିଭିନ୍ନ ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories