www.samajalive.in
Sunday, December 14, 2025
23.1 C
Bhubaneswar

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଗଡିଲା ବିଶ୍ୱ ଜନ ସଂଖ୍ୟା ନିୟନ୍ତ୍ରଣ ସଚେତନତା ରଥ

କଲମପୁର: ଦିନକୁ ଦିନ ହୁ ହୁ ହେଇ ବଢି ଚାଲିଛି ଜନ ସଂଖ୍ୟା। ଭାରତର ଜନ ସଂଖ୍ୟା ଚିନକୁ ଟପି ସାରିଛି। ଏହି ଜନ ସଂଖ୍ୟା ବୃଦ୍ଧି ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରି ସାରିଲାଣି। ଏହାର ନିୟନ୍ତ୍ରଣ ଜରୁରୀ ହୋଇ ପଡିଛି। ଜନ ସଂଖ୍ୟା ନିୟନ୍ତ୍ରଣ କରିବାକୁ ଲୋକଙ୍କ ମଧ୍ୟରେ ସଚେତନତାର ଆବଶ୍ୟକ। ଜନ ସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଶ୍ୱ ଜନ ସଂଖ୍ୟା ନିୟନ୍ତ୍ରଣ ପକ୍ଷ ପଳନ କରାଯାଉଛି। ଏହି ପକ୍ଷ ପାଳନ ଅବସରରେ ସୋମବାର କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି।

ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଶିକ୍ଷା ଅଧିକାରୀ ହେମନ୍ତୁ କୁମାର ଶଗଡିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା ସଭାରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସମ୍ବିତ ମହାନ୍ତି ଯୋଗ ଦେଇଥିଲେ। ଏହି ସଭାରେ ଜନ ସଂଖ୍ୟା ନିୟନ୍ତ୍ରଣ ନେଇ ବିଭିନ୍ନ ପଦକ୍ଷେପ ଏବଂ ସରକାରୀ ପ୍ରୋତ୍ସାହନ ସମ୍ବନ୍ଧରେ ବୁଝାଇଥିଲେ। ଗ୍ରାମାଞ୍ଚଳରେ କାର୍ଯ୍ୟକରଉଥିବା ଆଶା, ଅଙ୍ଗନୱାଡି, ସ୍ୱାସ୍ଥ୍ୟକର୍ମୀ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀମାନେ ଜନ ସଂଖ୍ୟା ନିୟନ୍ତ୍ରଣ ନେଇ କିଭଳି ଲୋକଙ୍କୁ ବୁଝାଇବେ ସେନେଇ ଡାକ୍ତର ମହାନ୍ତି ଦିଗଦର୍ଶନ ଦେଇଥିଲେ। ଏହାର ପରବର୍ତ୍ତି ସମୟରେ ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଶିକ୍ଷା ଅଧିକାରୀ ଶ୍ରୀ ଶଗଡିଆଙ୍କ ତତ୍ୱାବଧାନରେ ଆୟୋଜିତ ବିଶ୍ୱ ଜନ ସଂଖ୍ୟା ନିୟନ୍ତ୍ରଣ ରଥର ଶୁଭାରମ୍ଭ କରାଯାଇଥିଲା।

- Advertisement -

ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁ ପତାକା ଦେଖାଇ ଏହି ସଚେତନ ରଥର ଶୁଭାରମ୍ଭ କରିଥିଲେ। ଏହି ସଚେତନତା ରଥ କଲମପୁର ବ୍ଲକର ୧୧ଗୋଟି ପଞ୍ଚାୟତର ୫୫ ଖଣ୍ଡ ରାଜସ୍ୱ ଗ୍ରାମକୁ ପରିକ୍ରମା କରିବ। ଏହି ରଥ ପରିକ୍ରମା ସମୟରେ ପୁରୁଷ ବନ୍ଧ୍ୟା କରଣ, ମହିଳା ବନ୍ଧ୍ୟା କରଣ ପାଇଁ ଥିବା ବିଭିନ୍ନ ସରକାରୀ ଯୋଜନା ଓ ପ୍ରତ୍ସୋହନ ସମ୍ବନ୍ଧରେ ଲୋକଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା କରାଯିବାର କାର୍ଯ୍ୟକ୍ରମ ରହିଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories