www.samajalive.in
Sunday, December 14, 2025
16.1 C
Bhubaneswar

ସାଂସଦ ମାନସ ମଙ୍ଗରାଜଙ୍କୁ ଗୋପାଳପୁରରେ ଭବ୍ୟ ସମ୍ବର୍ଦ୍ଧନା

ଗୋପାଳପୁର : ଗୋପାଳପୁର ବିଜେଡି ପକ୍ଷରୁ ରବିବାର ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଡୁରା ଛକ ଠାରେ ଶ୍ରୀ ମଙ୍ଗରାଜ ପହଞ୍ଚିବା ପରେ କର୍ମୀମାନେ ଏକ‌ ବିରାଟ ମଟରସାଇକେଲ ପଟୁଆରରେ ଗୋପାଳପୁର ବସଷ୍ଟାଣ୍ଡ ନିକଟରେ ହୋଇଥିବା ସଭାସ୍ଥଳ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । ଆୟୋଜିତ ସଭାରେ ଶ୍ରୀ ମଙ୍ଗରାଜ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପର୍ଯ୍ୟବେକ୍ଷକ ଭାବେ  ଗୁରୁ ଦାୟିତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ, ନିଷ୍ଠା ଓ  ଲୋକପ୍ରିୟତାକୁ ଆଧାର କରି ସେ ନିଜର ସମ୍ପୂର୍ଣ୍ଣ ଦାୟିତ୍ୱ ପାଳନ କରିବା ସହ ନିଜସ୍ୱ ସାଂସଦ ପାଣ୍ଠିରେ ଥିବା ୫ କୋଟି ଟଙ୍କାରୁ ୫୦ ପ୍ରତିଶତ ଅର୍ଥ ଗୋପାଳପୁରର ବିକାଶ ନିମନ୍ତେ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
୨୦୨୪ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଗୋପାଳପୁର ନିର୍ବାଚନ ମଣ୍ଡଳୀ ପାଇଁ ଯାହାକୁ ବିଧାୟକ ପାର୍ଥୀ କରିବେ ସମସ୍ତେ ତାଙ୍କୁ ସମର୍ଥନ କରି ବିଜୟ କରିବାକୁ କହିଥିଲେ। ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଯୋଜନା ଏବଂ ଉନ୍ନତି ମୂଳକ କାର୍ଯ୍ୟକ୍ରମ ସଂପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହା ସହ ଆଜି ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ ପାଇଁ ଯେଉଁ ସଭାର ଆୟୋଜନ କରାଯାଇଛି, ତାହା ଆଜି ଏକ କର୍ମୀ ସମ୍ମିଳନୀରେ ପରିଣତ ହୋଇଥିବା କହିଥିଲେ। ପରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ।
ଗୋପାଳପୁର ପୁରୁଣା ସର୍କିଟ ହାଉସରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଲୋକ ପ୍ରତିନିଧି ଓ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ସମସ୍ୟା ଓ ଉନ୍ନତି ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ।ସଭାରେ ଉପସ୍ଥିତ ଥିବା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିବା ସହ ଦଳକୁ ମଜବୁତ କରିବାସଂପର୍କରେ କହିଥିଲେ। ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଗୋପାଳପୁର ଉନ୍ନତି ନିମନ୍ତେ ନିଜସ୍ୱ ପାଣ୍ଠିର ଅନୁଦାନ ଦେବେ ବୋଲି କହିଥିଲେ। ସଭା ପ୍ରାରମ୍ଭରେ ଗୋପାଳପୁର ବିଜେଡି ନେତାଙ୍କ ପକ୍ଷରୁ ଉପଢୌକନ ସହ ପୁଷ୍ପ ଗୁଛ ଦିଆଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବ୍ଲକ ବିଜେଡି ସଭାପତି ଅଜିତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ ଗୋପବନ୍ଧୁ ଦାସ, ଜିଲ୍ଲା ପରିଷଦ ଉପାଧକ୍ଷା ରାଜେଶ୍ବରୀ ଦୋରା,  ବହ୍ମପୁର ମେୟର ସଂଘମିତ୍ରା ଦଳାଇ, ଡେପୁଟି ମେୟର ବିବେକ ରେଡ୍ଡୀ, ବ୍ଲକ ଅଧ୍ୟକ୍ଷା ସିଏଚ ଉଷାରାଣୀ, ଉପାଧକ୍ଷା ଅନିତା ମହାଙ୍କୁଡ, କରାପଲ୍ଲୀ ସରପଞ୍ଚ ତଥା ବିଜେଡି ବ୍ଲକ ମହିଳା ସଭାନେତ୍ରୀ ଏସ ମେନେକା ରେଡ୍ଡୀ, ସିଏଚ ଭରତ, ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀ ସାହୁ, ବନମାଳୀ ସେଠୀ,ଏସ ଧର୍ମରାଜ ରେଡ୍ଡୀ, ଗୋପାଳପୁର ଏନଏସି ଅଧ୍ୟକ୍ଷ ଏ. ଜାନକୀ ରାମ, ଶଶିଭୂଷଣ ମହାନ୍ତି, ପ୍ରମୁଖ ମଞ୍ଚାସୀନ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories