ମହିଳାଙ୍କ ପେଟରୁ ବାହାରିଲା ୧.୫ କିଲୋ ଲୁହାକଣ୍ଟା
ମୁମ୍ବଇ : ଜଣେ ମହିଳାଙ୍କ ପେଟରୁ ପ୍ରାୟ ଦେଢ କିଲୋ ଓଜନର ସେଫ୍ଟିପିନ, ହେୟାର ପିନ, ବ୍ରେସଲେଟ, ଚେନ୍, ମଙ୍ଗଳସୂତ୍ର, ବ୍ୟାଙ୍ଗଲସ୍, ନଟ୍-ବୋଲ୍ଟ ଆଦି ବିଭିନ୍ନ ଜିନିଷ ଅସ୍ତ୍ରୋପଚାର ମାଧ୍ୟମରେ ବାହାର କରାଯାଇଛି। ମହିଳା ଜଣଙ୍କ ହେଉଛନ୍ତି ମହାରାଷ୍ଟ୍ର ଶିରିଡି ନିବାସୀ ସଙ୍ଗୀତା (୪୦)। ସରକାରୀ ସିଭିଲ ହସ୍ପିଟାଲରେ ମହିଳାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ମହିଳା ଜଣଙ୍କ ମାନସିକ ବିକୃତ ଥିଲା। ସେ ଏଣେତେଣେ ବୁଲାବୁଲି କରୁଥିବାବେଳେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ତାଙ୍କୁ ମାନସିକ ବିକୃତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ପରେ ତାଙ୍କ ପେଟ ଯନ୍ତ୍ରଣା ହେଉଥିବା ଜାଣି ଅସ୍ତ୍ରୋପଚାର କରାଯାଇଥିଲା। ମହିଳାଙ୍କ ପେଟରେ ପ୍ରାୟ ଅଢେଇ ଘଣ୍ଟା ଅସ୍ତ୍ରୋପଚାର ହୋଇଥିଲା।