www.samajalive.in
Monday, December 8, 2025
14.1 C
Bhubaneswar

ବ୍ରହ୍ମ ବିଭ୍ରାଟ : ୧୧ଜଣଙ୍କୁ ନୋଟିସ

ପୁରୀ : ଶ୍ରୀଜୀଉଙ୍କ ବ୍ରହ୍ମ ସଂସ୍ଥାପନ ବିଭ୍ରାଟ ଘଟଣା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଙ୍ଗଳବାର ୧୧ଜଣଙ୍କୁ ନୋଟିସ ଜାରି କରାଯାଇଛି। ଦଇତାପତି ନିଯୋଗର ବରିଷ୍ଠ କର୍ମକର୍ତ୍ତାଙ୍କ ସମେତ ଅନ୍ୟ କେତେକ ଦଇତାପତି ଏବଂ ମହାରଣା ସେବକଙ୍କ ନାମ ସେଥିରେ ରହିଛି। ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେଥିନେଇ ନୋଟିସରେ କୁହାଯାଇଛି। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ତଦନ୍ତ ରିପୋର୍ଟକୁ ଭିତ୍ତିକରି ନୋଟିସ ଜାରି କରାଯାଇଛି। ରିପୋର୍ଟ ସମ୍ପର୍କରେ ତର୍ଜମା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ୩ଜଣିଆ ସବ୍‍କମିଟି ଗଠନ କରାଯାଇଥିଲା। ସେମାନଙ୍କ ମତାମତକୁ ମନ୍ଦିର ପ୍ରଶାସନ ଗ୍ରହଣ କରିଛି। ୨୦୧୫ ଜୁନ୍‍ ୧୫ତାରିଖ ଦିନ ନୂତନ ବିଗ୍ରହଙ୍କ ବ୍ରହ୍ମ ସଂସ୍ଥାପନ ପାଇଁ ଦିନଧାର୍ଯ୍ୟ ହୋଇଥିଲା। ଏଥିପାଇଁ ୪ଜଣ
ବାଡ଼ଗ୍ରାହୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ନିଶାର୍ଦ୍ଧରେ ବ୍ରହ୍ମ ପରିବର୍ତ୍ତନ ପାଇଁ ସମୟ ନିର୍ଦ୍ଧାରଣ ହୋଇଥିଲା। ତେବେ ବ୍ରହ୍ମ ଦର୍ଶନ କରିବାକୁ କେତେକ ଦଇତାପତି ଜିଦି କରିବାରୁ ସେମାନଙ୍କ ମଧ୍ୟରେ ମତଭେଦ ହୋଇଥିଲା। ଏଥିଯୋଗୁଁ ୧୫ତାରିଖ ନିଶାର୍ଦ୍ଧରେ ହେବାକୁଥିବା ବ୍ରହ୍ମ ସଂସ୍ଥାପନ ୧୬ତାରିଖ ଦ୍ୱିପ୍ରହରରେ ହୋଇଥିଲା। ଏହି ଘଟଣାକୁ କେନ୍ଦ୍ରକରି ସମଗ୍ର ରାଜ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିର୍ଦେଶ ଦେଇଥିଲେ। ତତ୍କାଳୀନ ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର ଦଇତାପତି, ଦେଉଳ କରଣ, ଦେଉଳ ପୂରୋହିତ, ତଢଉ କରଣ ଏବଂ ମହାରଣା ସେବକଙ୍କୁ ନୋଟିସ ଜାରି କରିବା ସହ ସେମାନଙ୍କ ବୟାନ ରେକର୍ଡ କରିଥିଲେ। ରିପୋର୍ଟ ଦାଖଲ ପୂର୍ବରୁ ସୁରେଶଙ୍କ ବଦଳି ହୋଇଥିଲା। ତେବେ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁରୋଧ ରକ୍ଷାକରି ସେ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ତାହାକୁ ଭିତ୍ତିକରି ଶ୍ରୀମନ୍ଦିର ପ୍ରଶାସନ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ୧୧ଜଣ ସେବକଙ୍କୁ ନୋଟିସ ଜାରି କରିଛି। ଶ୍ରୀଜୀଉଙ୍କ ବ୍ରହ୍ମ ସଂସ୍ଥାପନ ନୀତିରେ ବିଳମ୍ବ ଏକ ଅପରାଧ ବୋଲି ନୋଟିସରେ କୁହାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories