www.samajalive.in
Monday, December 8, 2025
13.1 C
Bhubaneswar

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ୮ ମୃତ ; ବାଲାଟ ପେପର ଲୁଟି ବୁଥ୍‌ ଜାଳିଦେଲେ

କୋଲକୋତା: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଜାରି ରହିଛି ମତଦାନ । ଜୁନ୍‌ ୮ରେ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା ପରଠୁ ନିର୍ବାଚନୀ ହିଂସାରେ ଜଳୁଛି ପଶ୍ଚିମବଙ୍ଗ। ନିର୍ବାଚନୀ ହିଂସା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୁରକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣାଧୀନ କରିବାକୁ ୧.୩୫ ଲକ୍ଷ ଯବାନଙ୍କୁ ମୁତୟନ କରାଯାଇଥିଲେ ମଧ୍ୟ ହିଂସା ଥମିବାର ନାଁ ଧରୁନି। କଡ଼ା ସୁରକ୍ଷା ମଧ୍ୟରେ ମତଦାନ ହେବା ସତ୍ତ୍ବେ ବି ବିଭିନ୍ନ ସ୍ଥାନରେ ପୁଲିଂ ବୁଥରେ ନିଆଁ ଲଗାଯିବା ସହ ବାଲାଟ ପେପର ଲୁଟ୍‌ ହୋଇଥିବା ଜଣାପଡ଼ିଛି। କୁବିହାରର ଦିନାହାଟ ଅଞ୍ଚଳର ଏକ ମତଦାନ କେନ୍ଦ୍ରରେ ଘମାଘୋଟ ଲଢ଼େଇ ହୋଇଛି। ଉକ୍ତ କେନ୍ଦ୍ରରେ ଟିଏମ୍‌ସି କର୍ମୀ ମତଦାନ କେନ୍ଦ୍ରର ଅଧିକାରୀଙ୍କୁ ଆକ୍ରମଣ କରିବା ସହ କେନ୍ଦ୍ରରେ ଭଙ୍ଗାରୁଜା କରିଥିବା ଜଣାଯାଇଛି। ଫଳରେ ମତଦାନକୁ ସ୍ଥଗିତ ରଖାଯାଇଛି। ପୂର୍ବ ବର୍ଦ୍ଧମାନରେ ଶୁକ୍ରବାର ରାତିରେ ଜଣେ ସିପିଆଇଏମ୍‌ କର୍ମକର୍ତ୍ତାଙ୍କୁ ଗୁଳି ମରାଯାଇଥିବାବେଳେ ଶନିବାର ସକାଳେ ତାଙ୍କ ମୃତ୍ୟୁ ହୋଇଛି। ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ସ୍ଥିତି ଉତ୍ତେଜନାମୂଳକ ରହିଛି। ଦୁର୍ବୃତ୍ତମାନେ ଆଇଏସ୍‌ଏଫ କର୍ମୀଙ୍କ ଉପରକୁ ଗୁଳି ଚଳାଇବାରୁ ୪ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଘଟଣାସ୍ଥଳରୁ ବୋମା ଓ ଗୁଳି ଜବତ ହୋଇଛି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories