www.samajalive.in
Monday, December 8, 2025
24.1 C
Bhubaneswar

ଜଙ୍ଗଲ ସମୀକ୍ଷା ଶିବିରରେ ୫ ଜଣଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର

ସମ୍ବଲପୁର : ସମ୍ବଲପୁରର ଠାରେ ଜଙ୍ଗଲ ବିଭାଗର ପ୍ରେକ୍ଷାଳୟ ଠାରେ ଡିଏଫଓ ବିଶ୍ୱନାଥ ନିଳାମ୍ବରଙ୍କ ସଭାପତିତ୍ୱରେ ୭୪ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ବାର୍ଷିକ ସମୀକ୍ଷା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ଅନନ୍ୟା ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆରସିସିଏଫ ଅଶୋକ କୁମାର ବିଶିଷ୍ଟ ଅତିଥି, ପିଏମସି ପରାମର୍ଶଦାତା କୃଷ୍ଣ କୁମାର କେ ନାଭାଲାଡି, ଜିଲା ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ର. ପ୍ରଦୀପ କୁମାର ନାଏକ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଅବସରରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ, ତୁଳସୀ ମଞ୍ଜରୀ ବହିଦାର, ପ୍ରଦ୍ୟୁମ୍ନ ବିଶି, ଦେବାଶିଷ ସାହୁ ଓ ସୁନନ୍ଦା ଚାନ୍ଦଙ୍କୁ ଅତିଥିମାନେ ମାନପତ୍ର ଓ ୧୦ ହଜାର ଟଙ୍କାର ଚେକ ପ୍ରଦାନ କରି ସମ୍ମାନୀତ କରିଥିଲେ। ଏଥି ସହ ୭ ଜଣ ଉର୍ତ୍ସଗୀକୃତ କର୍ମଚାରୀଙ୍କୁ ମଧ୍ୟରେ ସମ୍ମାନପତ୍ର ପ୍ରଦାନ କରାଯାଇଛି। ସମ୍ବଲପୁର ମଣ୍ଡଳର ଅଢ଼ାପଡ଼ା ବନ ସୁରକ୍ଷା ସମିତିକୁ ରାଜ୍ୟସ୍ତରରେ ବିଜୁ ପଟ୍ଟନାୟକ ପୁରସ୍କାର ମିଳିଥିବାରୁ ଅଭିନନ୍ଦନ ଦିଆଯାଇଥିଲା। କାର୍ଯ୍ୟକ୍ରମର ଆରମ୍ଭ ପୂର୍ବରୁ ଅତିଥିମାନେ ଚାରାରୋପଣ ସହିତ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ଆୟୋଜିତ ପ୍ରଦର୍ଶନୀକୁ ମଧ୍ୟ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମକୁ ଉମାକାନ୍ତ ପୋଢ଼ ସଂଯୋଜନା କରିଥିବା ବେଳେ ଶେଷରେ ଏସିଏଫ ତେଜରାଜ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories