ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ଅଭିଯୋଗରେ ଗିରଫ ହୋଇଥିବା ଆପ୍ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ତାଙ୍କ ପତ୍ନୀ ଓ ଅନ୍ୟ ଅଭିଯୁକ୍ତଙ୍କର ୫୨କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜବତ କରିଛି । ଜବତ ସମ୍ପତ୍ତି ମଧ୍ୟରେ ସିସୋଦିଆଙ୍କର ୧୧.୪୯ କୋଟି ଟଙ୍କାର ବ୍ୟାଙ୍କ ଜମା, ବ୍ରିଣ୍ଡକୋ ସେଲ୍ସ ପ୍ରାଇଭେଟ ଲିମିଟେଡର ୧୬.୪୫ କୋଟି ଟଙ୍କାର ବ୍ୟାଙ୍କ ଜମା ରହିଛି। ମୋଟ ଉପରେ ୪୪.୨୯ କୋଟିର ଅସ୍ଥାବର ସମ୍ପତ୍ତି ଜବତ ହୋଇଥିବାବେଳେ ଅବଶିଷ୍ଟ ସମ୍ପତ୍ତି ସ୍ଥାବର।
ସିସୋଦିଆ ଓ ଅନ୍ୟ ଅଭିଯୁକ୍ତଙ୍କ ୫୨କୋଟିର ସମ୍ପତ୍ତି ଜବତ
Popular Categories



