www.samajalive.in
Monday, December 8, 2025
13.1 C
Bhubaneswar

୨ୟ ଟେଷ୍ଟ: ବାଂଲାଦେଶ ପ୍ରଥମ ଇନିଂସରେ ଆଗୁଆ

ଢାକା : ଏଠାରେ ଜିମ୍ବାୱେ ବିପକ୍ଷରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଘରୋଇ ବାଂଲାଦେଶ ପ୍ରଥମ ଇନିଂସରେ ଆଗୁଆ ରହିଛି। ବାଂଲାଦେଶର ପ୍ରଥମ ଇନିଂସ ସ୍କୋର ୭/୫୨୨ ରନ (ପାଳି ସମାପ୍ତି ଘୋଷଣା) ଜବାବରେ ଜିମ୍ବାୱେ ତୃତୀୟ ଦିନ ଶେଷ ସୁଦ୍ଧା ପ୍ରଥମ ଇନିଂସରେ ୩୦୪ ରନରେ ଅଲଆଉଟ ହୋଇଛି। ଫଳରେ ବାଂଲାଦେଶ ପ୍ରଥମ ଇନିଂସରେ ୨୧୮ ରନରେ ଆଗୁଆ ରହିଛି।
ଜିମ୍ବାୱେ ପୂର୍ବଦିନ ସ୍କୋର ୧/୨୫ ରନରୁ ତୃତୀୟ ଦିନର ଖେଳ ଆରମ୍ଭ କରିଥିଲା। ମଧ୍ୟାହ୍ନ ଭୋଜନ ସୁଦ୍ଧା ଜିମ୍ବାୱେ ୩ ୱିକେଟ ହରାଇ ୧୦୦ ରନ କରିଥିଲା। ପୂର୍ବଦିନର ଦୁଇ ଅପରାଜିତ ବ୍ୟାଟସମ୍ୟାନ ଡୋନାଲଡ ତିରିପାନୋ ୮ ଓ ବ୍ରିୟାନ ଚାରି ୫୩ ରନ କରି ପ୍ୟାଭିଲିୟନ ଫେରିଯାଇଥିଲେ। ମଧ୍ୟକ୍ରମରେ ବ୍ରେଣ୍ଡନ ଟେଲର ଓ ପିଟର ମୁର୍‍ ବାଂଲାଦେଶ ବୋଲରଙ୍କ ଉଚିତ ମୁକାବିଲା କରିବା ଫଳରେ ଦଳୀୟ ସ୍କୋର ୩୦୦ ରନ ଅତିକ୍ରମ କରିଥିଲା। ଟେଲର ୧୦ଟି ଚୌକା ସହାୟତାରେ ୧୧୦ ଓ ମୁର୍‍ ୧୨ଟି ଚୌକା, ଗୋଟିଏ ଛକା ସହାୟତାରେ ୮୩ ରନ କରିଥିଲେ। ତେଣ୍ଡାଇ ଛତାରା ଆହତ ହୋଇଥିବାରୁ ବ୍ୟାଟିଂ କରିବାକୁ ଆସିନଥିଲେ। ବାଂଲାଦେଶ ପକ୍ଷରୁ ତାଇଜୁଲ ଇସଲାମ ସର୍ବାଧିକ ୫ଟି ଓ ମେହେଦି ହାସାନ ମିରାଜ ୩ଟି ୱିକେଟ ଅକ୍ତିଆର କରିଥିଲେ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories