www.samajalive.in
Sunday, December 14, 2025
26.1 C
Bhubaneswar

ଗର୍ଭବତୀ ନାବାଳିକା ଉଦ୍ଧାର, ଭଣ୍ଡ ବାବା ଅଟକ

ପିପିଲି : ଡେଲାଙ୍ଗ ବ୍ଲକ ଅଧିନ ତଥା ପିପିଲି ଥାନା ଅଞ୍ଚଳର ଜନୈକା ୧୪ ବର୍ଷିୟା ଗର୍ଭବତୀ ନାବାଳିକାକୁ ଡେଲାଙ୍ଗ ସିଡିପିଓ ଓ ଅଙ୍ଗନୱାଡି କର୍ମୀମାନେ ପିପିଲି ପୁଲିସ ସହାୟତାରେ ଗୁରୁବାର ତା’ର ଘରୁ ଉଦ୍ଧାର କରିଛନ୍ତି । ଉକ୍ତ ନାବାଳିକାକୁ ଶିଶୁ ସୁରକ୍ଷା କମିଟି (ସିଡବ୍ଲ୍ୟୁସି)ଙ୍କ ନିକଟରେ ସିଡିପିଓ ହାଜର କରିଛନ୍ତି । ନାବାଳିକାର ଡାକ୍ତରୀ ପରୀକ୍ଷା, ସୁରକ୍ଷା ଓ ଯତ୍ନ ପ୍ରତି କମିଟି ଯତ୍ନବାନ ଥିବା ବେଳେ ଶିଶୁ ମଙ୍ଗଳ କମିଟିର ପରବର୍ତ୍ତି ନିର୍ଦ୍ଦେଶ ଅନୁଯାଇ ପଦକ୍ଷେପ ନିଆଯିବ ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି । ଏନେଇ ପିପିଲି ପୁଲିସରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଏହି ଘଟଣାରେ ଜଣେ ଭଣ୍ଡ ବାବାକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି।
ଜଣେ ୪୫ବର୍ଷିୟ ଗୁଣିଗାରେଡି କରୁଥିବା ଭଣ୍ଡବାବାଙ୍କ ଦ୍ୱାରା ଜନୈକା ୧୪ବର୍ଷିୟା ନାବାଳିକା ଗର୍ଭବତୀ ହୋଇଥିବା ଓ ଉକ୍ତ ନାବାଳିକାର ଜୀବନ ପ୍ରତି ବିପଦ ଥିବା ସଂପର୍କରେ ଉକ୍ତ ଗ୍ରାମର କେତେକ ଅଧିବାସୀ ଡାକ ଯୋଗେ ବିଭିନ୍ନ ବରିଷ୍ଠ ଅଧିକାରୀଙ୍କ ନିକଟକୁ ଅଭିଯୋଗ ପଠାଇଥିଲେ। ଗୁରୁବାର ଡେଲାଙ୍ଗ ସିଡିପିଓ ଓ ଅଙ୍ଗନୱାଡି କର୍ମୀମାନେ ପିପିଲି ପୁଲିସ ସହାୟତାରେ ନାବାଳିକାର ଘରେ ପହଞ୍ଚି ତାକୁ ଉଦ୍ଧାର କରିଥିଲେ। ପିପିଲି ପୁଲିସ ଉକ୍ତ ଭଣ୍ଡବାବାକୁ ଧରିବା ସହ ଥାନାରେ ଅଟକ ରଖିଛି। ସଂନ୍ଧ୍ୟାରେ ଏନେଇ ଡେଲାଙ୍ଗ ସିଡିପିଓଙ୍କ ଲିଖିତ ଅଭିଯୋଗ ଆଧାରରେ ପିପିଲି ପୁଲିସ ନିକଟରେ ଏକ ମାମଲା ରୁଜୁ ହୋଇଥିବା ଓ ଅଟକ ବ୍ୟକ୍ତିଙ୍କୁ ପଚରାଉଚୁରା କରାଯାଉଥିବା ସଂପର୍କରେ ଆଇଆଇସି ଅଭିମନ୍ୟୁ ନାୟକ ସୂଚନା ଦେଇଛନ୍ତି । ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

 

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories