ହରଭଙ୍ଗା : ହରଭଙ୍ଗା ବ୍ଲକ୍ ପୁରୁଣାକଟକ କଲ୍ୟାଣ ମଣ୍ଡପଠାରେ ଗୁରୁବାର ବିଜେପି ପୁରୁଣାକଟକ ମଣ୍ଡଳ ସ୍ତରୀୟ ମହା ଜନ ସମ୍ପର୍କ ଅଭିଯାନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁରୁଣାକଟକ ମଣ୍ଡଳ ସଭାପତି ବାମନ ବାରିକ ସଭାପତିତ୍ବ କରିଥିବା ବେଳେ ବୌଦ୍ଧ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି, ଉପସଭାପତି ଶ୍ୟାମ ସୁନ୍ଦର ପୁରୋହିତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ପ୍ରଧାନ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ପାଣିଗ୍ରାହୀ, ପୂର୍ବତନ ଜିଲା ସଭାପତି ମାଗୁଣି ଗାଈ ଗୌରୀଆ, ଓବିସି ମୋର୍ଚା ଜିଲା ସଭାପତି ପୂର୍ଣ୍ଣଚନ୍ଦ୍ର ଗାଈ ଗୌରୀଆ, କନ୍ଧମାଳ ଲୋକସଭା ସଂଯୋଜକ ବନ ମହାନ୍ତି, କୃଷକ ନେତା ସୂର୍ଯ୍ୟନାରାୟଣ ମହାପାତ୍ର, ବିଶିକେଶନ ପ୍ରଧାନ, ରାଜ୍ୟ ଓବିସି ମୋର୍ଚା ସଂଯୋଜକ ସୁବାସ ପ୍ରଧାନ କର୍ନେଲ ଶିଶିର କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଆଗାମୀ ଦିନରେ ଦଳ କିପରି ମଜଭୁତ ହୋଇ ଜିଲ୍ଲାର ଦୁଇ ବିଧାନସଭା ଆସନ ବିଜୟ ଲାଭ କରିବ ସେ ବିଷୟରେ ଆଲୋଚନା ହେବା ସହିତ ଦଳର ସାଙ୍ଗଠନିକ ବିଧି ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ଏଥିରେ ବିଜେପି ପୁରୁଣାକଟକ ମଣ୍ଡଳର ଶତାଧିକ କର୍ମୀ ଉପସ୍ଥିତ ଥିଲେ।
Popular Categories



