www.samajalive.in
Sunday, December 7, 2025
16.1 C
Bhubaneswar

‘କେନ୍ଦ୍ରୀୟ ଯୋଜନାକୁ ହାଇଜାକ କରି ନିଜର କହୁଛନ୍ତି ରାଜ୍ୟ ସରକାର’

କଲମପୁର: କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି ଖାଦ୍ୟ ସୁରକ୍ଷା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା। କିନ୍ତୁ ଓଡ଼ିଶା ସରକାର ଏହି ସମସ୍ତ ଯୋଜନାକୁ ହାଇଜାକ କରି ନିଜ ସରକାର କରିଥିବା ଦର୍ଶାଇ ରାଜ୍ୟବାସୀଙ୍କୁ ଠକି ଚାଲିଛନ୍ତି, ଯାହା ନିନ୍ଦନୀୟ। ସତ କେବେ ଲୁଚି ରହେନା, ଦିନେନା ଦିନେ ପଦାକୁ ବାହାରି ଆସିବ। ଆଜି ସମୟ ଆସିଛି, ରାଜ୍ୟ ସରକାରଙ୍କ ନେତା, ମନ୍ତ୍ରୀଙ୍କୁ ପଚରାଯାଉ ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ସେବା ଯୋଗାଇଥିଲା କିଏ ? ଆୟୁଷ୍ମାନ ଭାରତ କଣ ? ଏସବୁ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରାକାର ହାଇଜାକ କରି ସାଧାରଣ ଜନାତଙ୍କ ପାଖରେ ବାହା ବାହା ନେଉଥିବା କହି ଜନତାଙ୍କ ପାଖରେ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା ସବୁର ତାଲିକା ଦେଇ ସେମାନଙ୍କ ନିକଟତର ହେବାକୁ ଭାରତୀୟ ଜନତା ପାର୍ଟି ଜନ ସମ୍ପର୍କ ଯାତ୍ରା ମାଧ୍ୟମରେ ନିଜର ପ୍ରୟାସ ଆରମ୍ଭ କରିଛି। ଗୁରୁବାର କଲମପୁର ବ୍ଲକର ବଙ୍କାପଲାଠାରୁ ଜନ ସମ୍ପର୍କ ଯାତ୍ରା ଆରମ୍ଭ କରାଯାଇଛି। ଏହି ଯାତ୍ରା ସମଗ୍ର ଦେପୁର ପଂଚାୟତର ବଙ୍କାପଲା, ପଦରପଡ଼ା, ଦେପୁର, କଦଳିଚୁଆଁ, ଘର୍ଲା, ବାଲିଛଡା, ବାବୁକେନ୍ଦୁଗୁଡା ଏବଂ ଇଛାପୁର ଗ୍ରାମର ପ୍ରତ୍ୟେକ ଘରକୁ ଘର ଯାଇ କର୍ମୀମାନେ କେନ୍ଦ୍ର ସରକାରଙ୍କ ଜନ ଉନ୍ନୟନ ଯୋଜନା ସମ୍ବନ୍ଧରେ ଲୋକଙ୍କୁ ସଚେତନତା କରାଇଛନ୍ତି। କଲମପୁର ମଣ୍ଡଳ ସଭାପତି କମଳ ବାଗଙ୍କ ନେତୃତ୍ୱରେ ଆୟୋଜିତ ଏହି ଜନ ସମ୍ପର୍କ ଯାତ୍ରାରେ ଜିଲ୍ଲା ସାଧାରଣ ସମ୍ପାଦକ ସୁଧିର ପାଟ୍ଟଯୋଷୀଙ୍କ ସମେତ ସୁଧିର କୁମାର ବାଗ, ହରେକୃଷ୍ଣ ସାହୁ, ରବୀନ୍ଦ୍ର ନାଏକ ଏବଂ ସୌରଭ କୁମାର ବେହେରା ପ୍ରମୁଖ କର୍ମୀ ସାମିଲ ହେଇଥିଲେ। ଆଗକୁ ସାଧାରଣ ନିର୍ବାଚନ, ତେଣୁ ସମସ୍ତ ରାଜନୈତିକ ଦଳ ନିଜ ନିଜ ସଂଗଠନ ଦୃଢ କରିବା ସହ ଜନମତକୁ ନିଜ ଦଳ ସପକ୍ଷରେ ଆକର୍ଷିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସାଧାରଣଙ୍କ ନିକଟତର ହେଉଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories