www.samajalive.in
Tuesday, December 9, 2025
15.1 C
Bhubaneswar

ଦୁର୍ଗମ ଗ୍ରାମ ଡେଙ୍ଗାକୁଲ୍‌ର ବିକାଶ କେବେ ?

ଗୁଣୁପୁର: ବିକାଶ ନାଁରେ କୋଟି କୋଟି ଟଙ୍କା ଅନୁଦାନ ଆସୁଥିଲେ ମଧ୍ୟ ବିକାଶ କିପରି ହେଉଛି ତାର ନଗ୍ନଚିତ୍ର ଦେଖିବାକୁ ମିଳୁଛି ଜିଲ୍ଲାର ଉପାନ୍ତ ଅଞ୍ଚଳରେ। ଗମନାଗମନ, ପାନୀୟ ଜଳ, ରାସ୍ତା, ସ୍ବାସ୍ଥ୍ୟ, ଶିକ୍ଷା, ଦୂରାଭାଷ ଭଳି ମୌଳିକ ସୁବିଧା ନପାଇ ପ୍ରଶାସନ ଅବହେଳାର ଶିକାର ହେଉଛନ୍ତି ଦୁର୍ଗମ ଅଞ୍ଚଳର ଗ୍ରାମବାସୀ । ଏଭଳି ବୈମାତୃକ ମନୋଭାବର ଶିକାର ହୋଇଛନ୍ତି ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ ଟଲଣା ପଞ୍ଚାୟତର ଡେଙ୍ଗାକୁଲ୍‌ ଓ କାଡମାସିଙ୍ଗ ଗ୍ରାମବାସୀ । ଡେଙ୍ଗାକୁଲ ଗ୍ରାମରେ ପ୍ରାୟ ୫୦୦ ଆଦିବାସୀ ପରିବାର କାହିଁ କେଉଁ ଆବାହମାନ କାଳରୁ ବସବାସ କରୁଛନ୍ତି । ଏହି ଗ୍ରାମକୁ ଗଲେ ଆପଣଙ୍କୁ ଲାଗିବ ସତେ ଯେମିତି ଆପଣ ଅନ୍ୟ କେଉଁ ଗ୍ରହରେ ପହଞ୍ଚି ଯାଇଛନ୍ତି । ଏହି ଗ୍ରାମକୁ ଯିବାକୁ ହେଲେ କୁକୁଇବା ନଦୀ ପାର କରିବାକୁ ପଡେ । ଏହି ନଦୀ ଏ ଅଞ୍ଚଳ ପାଇଁ ସତେ ଯେମିତି ଅଭିଶାପ ପାଲଟିଯାଇଛି । ନଦୀରେ ପୋଲଟିଏ ନଥିବାରୁ ବଡମସିଙ୍ଗଠାରୁ ଡେଙ୍ଗାକୁଲକୁ ରାସ୍ତା ସଂଯୋଗ ହୋଇପାରିନାହିଁ । ମନେ ହେଉଛି ସତେ ଯେମିତି ସହର ଡେଇଁ ଗାଁରେ ପହଞ୍ଚି ପାରୁନାହିଁ ବିକାଶ ଓ ସରକାରୀ ଯୋଜନା ।

ଶିକ୍ଷା ସ୍ବାସ୍ଥ୍ୟ ଭଳି ଅତ୍ୟାବଶ୍ୟକ ସେବା ପାଇଁ ଯିବାକୁ ହେଲେ ଏହି ନଦୀ ପାର କରିବାକୁ ପଡ଼ିଥାଏ । ଯଦ୍ୱାରା ପ୍ରତି ମୁହୂର୍ତ୍ତରେ ସେମାନଙ୍କ ପ୍ରତି ବିପଦ ସୃଷ୍ଟି ହେଉଛି । ଛାତ୍ରଛାତ୍ରୀମାନଙ୍କ ଅସୁବିଧା କହିଲେ ନସରେ, ସ୍କୁଲ କଲେଜ ଯିବାକୁ ହେଲେ ପିଲାଙ୍କୁ କାନ୍ଧରେ ବସାଇ ନଦୀ ପାର କରିବାକୁ ପଡ଼ିଥାଏ । ତାହା କେତେ ବିପଦପୂର୍ଣ୍ଣ ଆପଣ ମାନେ ଅନୁଭବ କରିପାରୁଥିଵେ । ଫଳରେ ପିଲାମାନେ ପାଠପଢା ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି । ବର୍ଷା ଋତୁରେ ଦୀର୍ଘ ଚାରିମାସ କାଳ ଏହି ଗ୍ରାମ ଗୁଡିକ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଏ । ଫଳରେ ଜରୁରୀକାଳୀନ ସେବା ପାଇଁ ବିପଦପୂର୍ଣ୍ଣ ଭାବେ ନଦୀ ପାର କରିବାକୁ ପଡ଼ିଥାଏ । ଏହି ଅବସ୍ଥାକୁ ଦୃଷ୍ଟିରେ ରଖି କୁକୁବାଇ ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ଏଯାବତ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବାର ନାଁ ନେଉନାହିଁ । ବାରମ୍ବାର ପ୍ରଶାସନକୁ ଜଣାଇବା ପରେ ଆଖିଦୃଶିଆ ଭାବେ ଥରେ ଗୁଣପୁର ଆରଡି ଜେଇ ଓ ଏସଡିଓ ଏବଂ ଦୁଇଥର ମାନ୍ୟବର ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଉକ୍ତ ଅଞ୍ଚଳ ପରିଦର୍ଶନ କରି ଯାଇଛନ୍ତି । କିନ୍ତୁ ଆଜିଯାଏଁ କିଛି କାର୍ଯ୍ୟ ହୋଇପାରିନାହିଁ । ଏ ସମ୍ବନ୍ଧରେ ମାନବାଧିକାର କମିଶନ ପକ୍ଷରୁ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ୫ ଟି ସଚିବ, ଚିଫ୍ ସେକ୍ରେଟାରୀ ଓ ଚିଫ୍ ଡେଭଲପମେଣ୍ଟ କମିଶନର ଓଡ଼ିଶାଙ୍କ ଗୋଚରାର୍ଥେ ଏକ ଅନୁରୋଧ ପତ୍ର ପଠାଯାଇଛି । ତେବେ ଏହି ଉପାନ୍ତ ଅଞ୍ଚଳର ଦୁଃଖ ରାଜଧାନୀରେ କେଵେ ପହଞ୍ଚୁଛି ଓ ସରକାରଙ୍କ କୃପା ଦୃଷ୍ଟି କେବେ ଏ ଅଞ୍ଚଳବାସୀଙ୍କ ଉପରେ ପଡୁଛି ଦେଖିବାକୁ ବାକି ରହିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories