ଜିଲା ଆଦିବାସୀ ସଂଘର ଟିଟିଲାଗଡ଼ ଥାନା ଘେରାଉ

ଟିଟିଲାଗଡ଼: ଟିଟିଲାଗଡ଼ ଥାନା ଅନ୍ତର୍ଗତ ମହଦା ଗ୍ରାମରେ ପାର୍କ ନିର୍ମାଣ ନେଇ ଦୀର୍ଘ ମାସ ଧରି ଆଦିବାସୀ ସଂଘ ପ୍ରଶାସନ ନିକଟରେ ଦାବି କରି ଆସିଛି। ଏନେଇ ଆଦିବାସୀ ସଂଘର ଅନୁରୋଧ କ୍ରମେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ୨୦ ଲକ୍ଷ ଟଙ୍କା ନିଜ ପାଣ୍ଠିରୁ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ହେଲେ କିଛି ଲୋକ ପାର୍କ କାର୍ଯ୍ୟକୁ ବନ୍ଦ କରିବାକୁ ଉଦ୍ୟମ କରୁଥିବା ବହୁ ଦିନରୁ ଆଦିବାସୀ ସଂଘ ଅଭିଯୋଗ କରି ଆସୁଛି। ଏନେଇ ପ୍ରଶାସନ ଉକ୍ତ ସ୍ଥାନରେ ୧୪୪ ଧାରା ଜାରି କରିଥିବା ଜଣାଯାଇଛି। ତେବେ ବୁଧବାର ଆଦିବାସୀ ସଂଘ ଦାବି କରୁଥିବା ସ୍ଥାନ ବଦଳରେ ଅନ୍ୟ ସ୍ଥାନରେ ପାର୍କ ନିର୍ମାଣକୁ ଆଦିବାସୀ ସଂଘ ବିରୋଧ କରିବାରୁ ପୁଲିସ କିଛି ଲୋକଙ୍କୁ ଅଟକ ରଖିବା ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମର ଲୋକେ ଅପରାହ୍ନରୁ ଅଦ୍ୟାବଧି ଟିଟିଲାଗଡ଼ ଥାନାରେ ଧାରଣା ପ୍ରଦର୍ଶନ ଜାରି ରଖିଛନ୍ତି।

Comments are closed.