ଫୁଲବାଣୀ: ବିଦ୍ୟୁତ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା କ୍ଷେତ୍ର କର୍ମଚାରୀ ମାନେ ସବୁ ସମୟରେ ବିପଦର ସାମନା କରିବା ଆଶଙ୍କା ରହିଛି। ସେଥିପାଇଁ ସୁରକ୍ଷା ଦିଗରୁ ସେମାନେ ସତର୍କ ରହିବା ଆବଶ୍ୟକ ରହିଛି। ଏ ନେଇ ସଚେତନତା ସୃଷ୍ଟି କରିବା ପାଇଁ ବିଦ୍ୟୁତ ଆବଣ୍ଟନ କମ୍ପାନୀ ଟାଟା ପାୱାର ପକ୍ଷରୁ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। ଏ ଉପଲକ୍ଷେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭାଗୀୟ ଅଧିକାରୀ ମାନେ ସୁରକ୍ଷା ପାଇଁ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରାଇବା ସହ କର୍ତ୍ତବ୍ୟରତ କର୍ମଚାରୀଙ୍କୁ ଏ ଦିଗରେ ସର୍ବାଧିକ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ। ବିଭିନ୍ନ ବ୍ଲକରୁ ଆସିଥିବା ଲାଇନମ୍ୟାନ ଓ ଅନ୍ୟମାନେ କାର୍ଯ୍ୟକ୍ଷେତ୍ରରେ ସେମାନେ ସାମନା କରୁଥିବା ସମସ୍ୟା ସମ୍ପର୍କରେ ନିଜର ବ୍ୟକ୍ତିଗତ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବାଲିଗୁଡା ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକ ଓ ଫୁଲବାଣୀ ସହକାରୀ ଯନ୍ତ୍ରୀ ଜୟଦେବ ସାହୁ, କନିଷ୍ଠ ଯନ୍ତ୍ରୀ କାଳୀଚରଣ ନନ୍ଦ ପ୍ରମୂଖ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ।
Popular Categories



