ଫୁଲବାଣୀ : କନ୍ଧମାଳ ଗସ୍ତରେ ଅଛନ୍ତି କୃଷି ଓ କୃଷକ ସଶକ୍ତିକରଣ ଅତିରିକ୍ତ ସଚିବ ପ୍ରମୋଦ କୁମାର ମେହେରଦା। ପ୍ରଥମ ଦିନରେ ଆଜି ଜିଲାର ଫିରିଙ୍ଗିଆ , ଫୁଲବାଣୀ , କ.ନୂଆଗାଁ ଓ ବାଲିଗୁଡ଼ା ବ୍ଳକର ବିିଭିନ୍ନ ଅଞ୍ଚଳ ଗସ୍ତକରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଗସ୍ତ ଅବସରରେ ଫିରିଙ୍ଗିଆ ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ବିଭିନ୍ନ ସ୍ଥାନରେ ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି।
ଗସ୍ତ ସମୟରେ ପ୍ରଥମେ ଡିଣ୍ଡିରା ଗାଁ ପଞ୍ଚାୟତ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ ସହ ବିଦ୍ୟାଳୟ ପରିସର ବୁଲି ଦେଖିଥିଲେ। ବିଦ୍ୟାଳୟ ଶିକ୍ଷକ ଓ ଅନ୍ୟ ମାନଙ୍କ ସହ ଆଲୋଚନା କରିଥିଲେ। ଫିରିଙ୍ଗିଆ ବ୍ଲକର ଖଜୁରୀପଡା ଚେକ ଡ୍ୟାମ, ଫିରିଙ୍ଗିଆ ବ୍ଲକ ବଜାର ସ୍ଥିତ ଅମୃତ ସରୋବର, ମାଶ୍ରୀ ପଡା ଅଙ୍ଗନବାଡି କେନ୍ଦ୍ର, ରତଙ୍ଗ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କେଳା ପଡା ପଞ୍ଚାୟତର କାଇଲମ୍ବା ଗାଁରେ ଜୈବିକ ପଦ୍ଧତିରେ ଚାଷ, କସମ ହଳଦୀ ପ୍ରକ୍ରିୟା କରଣ କେନ୍ଦ୍ର ଓ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ଦେଖିଥିଲେ। ଫିରିଙ୍ଗିଆରେ ଥିବା ଭ୍ରାମ୍ୟମାଣ ପ୍ରସବ ଯାନ ବୁଲି ଦେଖିଥିଲେ।
ଅନ୍ୟପଟେ ମାଶ୍ରିପଡା ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କେନ୍ଦ୍ରର ଶିଶୁମାନଙ୍କ ସହ ପାଠ ପଢା ନାଚ ଗୀତରେ ସାମିଲ ହୋଇ ଥିଲେ। ବିଭିନ୍ନ ଜାଗାରେ ପରିଦର୍ଶନ ପରେ ଉପସ୍ଥିତ ଜନସାଧାରଣ ଏବଂ ମହିଳା ମାନଙ୍କ ସହ ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ଆଲୋଚନା କରିଥିଲେ। ଏହି ପରିଦର୍ଶନ ରେ କନ୍ଧମାଳ ଜିଲ୍ଲା ପାଳ ଆଶିଷ ଈଶ୍ୱର ପାଟିଲ, ଜିଲା ମୁଖ୍ୟ ପ୍ରକଳ୍ପ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ରଣଜିତ, ଜିଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମନୋଜ କୁମାର ଉପାଧ୍ୟାୟ, ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବାଣୁଆ, ଜିଲା କୃଷି ଅଧିକାରୀ, ଏପିଓ ସୁମନ୍ତ ଉଠାଣ ସିଂ, ନିର୍ବାହୀ ଯନ୍ତ୍ରୀ ଜୟ ପ୍ରକାଶ ଜେନା, ସିଡିପିଓ ହରିପ୍ରିୟା ମେହେରଙ୍କ ସହ ଯନ୍ତ୍ରୀ ଉପସ୍ଥିତ ଥିଲେ। ପରିଦର୍ଶନ ପରେ ବିଭିନ୍ନ କାର୍ଯ୍ୟକୁ ନେଇ ଅତିରିକ୍ତ ସଚିବ ପ୍ରମୋଦ କୁମାର ମେହେର୍ଦା ଖୁସି ବ୍ୟକ୍ତ କରିଥଲେ। ସଂନ୍ଧ୍ୟାରେ ଏକ ଜିଲା ସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇଥିବା ବେଳେ ସେଥିରେ ସମସ୍ତ ଜିଲା ସ୍ତରୀୟ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।



