www.samajalive.in
Friday, December 12, 2025
27.1 C
Bhubaneswar

ନିଆରା ବିଦାୟ ସମ୍ବର୍ଦ୍ଧନା : କାନ୍ଦୁଛନ୍ତି ଛାତ୍ରଛାତ୍ରୀ, ସହକର୍ମୀ

ଲଡୁଗାଁ : ଦାସ ସାର୍‌ଙ୍କ ସରିଗଲା ୩୪ ବର୍ଷର ଶିକ୍ଷାଦାନର ଯାତ୍ରା । କାନ୍ଦୁଛନ୍ତି ଛାତ୍ରଛାତ୍ରୀ, କାନ୍ଦୁଛନ୍ତି ସହକର୍ମୀ । ସ୍କୁଲକୁ ନିଜ ଘର ପରି ମାନୁଥିବା ହିନ୍ଦୀ ଶିକ୍ଷକ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଯେଉଁ ସ୍କୁଲରୁ ଚାକିରି ଆରମ୍ଭ ହୋଇଥିଲା ସେହି ସ୍କୁଲରେ ହିଁ ଶେଷ ହେଉଛି । ହିନ୍ଦୀ ଶିକ୍ଷକ ରୂପେ ଯୋଗଦେଇ ନିରବଚ୍ଛିନ୍ନ ଭାବେ ସେବା, ସୌହାର୍ଦ୍ଦ୍ୟ, ସ୍ନେହ ଅର୍ପଣ କରି ଉକ୍ତ ଶିକ୍ଷାନୁଷ୍ଠାନକୁ ଗୌରବାନ୍ବିତ କରିଛନ୍ତି। ସେହି ଛାତ୍ରବତ୍ସଳ ହିନ୍ଦୀ ଶିକ୍ଷକ ଜଣକ ହେଲେ କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ବୁଢ଼ାରଜା ହାଇସ୍କୁଲର ଅଶ୍ବିନୀ କୁମାର ଦାସ । ଶୁକ୍ରବାର ଥିଲା ତାଙ୍କର ଚାକିରିର ଶେଷ ଦିନ । ସ୍କୁଲ ଡ୍ରମ୍ ତାଳେ ତାଳେ ପ୍ରିୟ ଦାସ ସାରଙ୍କୁ ଛାତ୍ରଛାତ୍ରୀ ସ୍ବାଗତ କରି ଏକ ବିରାଟ ଶୋଭାଯାତ୍ରା କରି ବିଦାୟ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଆୟୋଜିତ ସଭାରେ ଅତିଥି ଭାବେ ଜିତେନ୍ଦ୍ର ପଣ୍ଡା, ଲକ୍ଷପତି ମାଝୀ, ବୈଷ୍ଣବ ମୁଣ୍ଡ, ଚିତ୍ତରଞ୍ଜନ ଠାକୁର, ସିଆରସିସି ପ୍ରମୋଦ କୁମାର ପୁରୋହିତ, ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆ ପ୍ରମୁଖ ମଞ୍ଚାସୀନ ହେଇଥିଲେ। ଏହି ଅବସରରେ ହିନ୍ଦୀ ଶିକ୍ଷକ ଶ୍ରୀଦାସଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଦାସ ସାରଙ୍କ ହିନ୍ଦୀ ପାଠ ପଢାଇବାର ଶୈଳୀ ତଥା ଛାତ୍ରବତ୍ସଳ ସ୍ୱଭାବ ତାଙ୍କୁ  ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚିତ କରାଇଛି । ଘର ଭଳି ହାଇସ୍କୁଲର ସମସ୍ତ ଦାୟିତ୍ୱ ତୁଳାଉଥିଲେ ସେ । ଗୋଟିଏ ସ୍କୁଲରେ ଦୀର୍ଘ ୩୪ବର୍ଷ ଧରି ଶିକ୍ଷକତା କରୁଥିଲେ ଦାସ ସାର । ୧୯୮୯ ମସିହାରେ ଏହି ସ୍କୁଲରେ ହିନ୍ଦୀ ଶିକ୍ଷକ ଭାବେ ଦାୟିତ୍ୱ ନେବା ସହିତ ନିଜ ନୂଆ ପରିବାର ସହ ନୂଆ ଜୀବନର ଅୟମାରମ୍ଭ କରିଥିଲେ। ଆଉ ଏବେ ୩୪ବର୍ଷ ପରେ ନିର୍ଭୀକ, ନିଷ୍ଠାପର ସହ ସଗୌରବେ କର୍ମକ୍ଷେତ୍ରରୁ ଅବସର ନେଇଛନ୍ତି । ଦାସ ସାରଙ୍କ ଭଳି ବ୍ୟକ୍ତିତ୍ୱ ଆଜିର ସମାଜରେ ଖୁବ୍ କମ ହିଁ ଦେଖିବାକୁ ମିଳିଥାନ୍ତି, ଯେଉଁମାନେ ନିଜ ଜୀବନକୁ ବିଦ୍ୟାଳୟ, ଛାତ୍ରଛାତ୍ରୀ ଏବଂ ଶିକ୍ଷକତାରେ ନିୟୋଜିତ କରିଥାନ୍ତି ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀ କୁହନ୍ତି ଆମ ଦାସ ସାର୍ କେବଳ ହିନ୍ଦୀ ନୂହେଁ ବିଦ୍ୟାଳୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗଣିତ, ଇତିହାସ ଓ ଭୂଗୋଳ ମଧ୍ୟ ସୁନ୍ଦର ଭାବେ ବୁଝାଇଥିଲେ। ଯାହାର ଫଳ ସ୍ୱରୂପ ଆଜି ଅନେକ ଡାକ୍ତର, ଇଞ୍ଜିନିୟର, ହୋଇଛନ୍ତି। ମଞ୍ଚକୁ ଖେଳ ଶିକ୍ଷକ ଲୋକନାଥ ରାଉତ ପରିଚାଳନା କରିଥିବାବେଳେ ଶିକ୍ଷକ ବିଶ୍ବମ୍ବର ଧଙ୍ଗଡାମାଝୀ, ସରୋଜ କୁମାର ତାଣ୍ଡି, ଅମୂଲ୍ୟ କୁମାର ନାଏକ, ଲିଜ୍ୟାନନ୍ଦ ସାହୁ, ଦୟାସଙ୍ଗ ନାଏକ, ମନ୍ଦାକିନୀ ନାଏକ, ସରୋଜ କୁମାର ପତିହାରୀ, ସୁରେନ୍ଦ୍ର ଗଣ୍ଡ, ହିମାଂଶୁ ମହାନନ୍ଦ, ତପନ କୁମାର ମେହେର, କର୍ମଚାରୀ ଗୋପ ନାଏକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ରହିଥିଲେ। ତ୍ରିନାଥ ପ୍ରସନ୍ନ ରାୟ ନିଜ ସ୍କୁଲ ସମୟ ଓ ଦାସ ସାର୍‌ଙ୍କ ଅନୁଭୂତି କହିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories