୧୬ ଜିଲାରୁ ୧୮୫ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର: ୧୬ ଜିଲାରୁ ୧୮୫ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲାରେ ୯୬, ଯାଜପୁରରେ ୧୨, ବାଲେଶ୍ୱରରେ ୧୦ ଏବଂ ଅନ୍ୟାନ୍ୟ ଜିଲାରୁ ଜଣେ ଲେଖାଏଁ ମିଶାଇ ସମୁଦାୟ ୧୮୫ ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଡିସ ମଶା ଯୋଗୁ ଡେଙ୍ଗୁ ବ୍ୟାପୁଥିବାବେଳେ ସାଧାରଣତଃ ସକାଳ ଓ ସଂଧ୍ୟାରେ ଏହି ମଶା କାମୁଡ଼ନ୍ତି। ଏଡିସ ମଶା ସ୍ୱଚ୍ଛ ଓ ନିର୍ମଳ ପାଣିରେ ବଂଶ ବିସ୍ତାର କରୁଥିବାରୁ ପାଣି ଥିବା ସ୍ଥାନ, କୁଲର, ଟିଣ, କୁଡୁଆ ଆଦିରୁ ପାଣି ସଫା କରିବାକୁ ପରାମର୍ଶ ଦିଆଯାଛି।
Comments are closed.