www.samajalive.in
Wednesday, December 10, 2025
16.1 C
Bhubaneswar

ଅଷ୍ଟ୍ରେଲିଆର ରାଜଧାନୀ କାନବେରା ଠାରେ ରଥଯାତ୍ରା ଆୟୋଜନ

କାନବେରା -ଅଷ୍ଟ୍ରେଲିଆର ରାଜଧାନୀ କାନବେରା ଠାରେ ଶ୍ରୀଜଗନ୍ନାଥଙ୍କର ଦ୍ଵାଦଶତମ ପବିତ୍ର ରଥଯାତ୍ରା ପର୍ବ ଆଧ୍ୟାତ୍ମିକ ଉତ୍ସ୍ୱାସ ଓ ଭକ୍ତିପୂତ ପରିବେଶ ମଧ୍ୟରେ ପାଳନ କରାଯାଇଛି। ଏଠାରେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ କରୁଥିବା ହିନ୍ଦୁ ମନ୍ଦିର ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ଆୟୋଜିତ ଏହି ଭବ୍ୟ ସମାରୋହର ସଫଳ କାର୍ଯ୍ୟାନ୍ଵୟନ ପାଇଁ ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ( ଓରିଓଜ ଇଙ୍କ୍) ଏବଂ ଅଷ୍ଟ୍ରେଲିଆର ହିନ୍ଦୁ ପରିଷଦ ସକ୍ରୀୟ ସହଯୋଗ କରିଥିଲେ। ଏହି ମହୋତ୍ସବ ଉପଲକ୍ଷେ ବଢ଼ି ଭୋରରୁ ଚାରି ଠାକୁରଙ୍କ ସମ୍ମୁଖରେ ପୂଜକ ଆଚାର୍ଯ୍ୟ ପ୍ରକାଶ ପାଣ୍ଡେ ଙ୍କ ଦ୍ୱାରା ମଙ୍ଗଳ ଆରତୀ ଓ ସଂକଳ୍ପ ପୂଜା ଧାର୍ମିକ ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା। ରଥଯାତ୍ରା ଦୃଷ୍ଟିରୁ ଫ୍ଲୋରି ଇଲାକାର ୮୧ନମ୍ବର ରାଟକ୍ଲିଫ୍ କ୍ରିସେଣ୍ଟ ଠାରେ ସ୍ଥାପିତ ହିନ୍ଦୁ ମନ୍ଦିର ଓ ସାଂସ୍କୃତିକ କେନ୍ଦ୍ରକୁ ଖୁବ୍ ସୁନ୍ଦର ଢଙ୍ଗରେ ସଜା ଯାଇଥିଲା। ଚଳିତ ବର୍ଷ ଘୋଷଯାତ୍ରାରେ କାନବେରାର ଅଧିବାସୀଙ୍କ ସମେତ ସୁଦୂର ସିଡନୀ, ବ୍ରିସବେନ ଏବଂ ମେଲବର୍ଣ୍ଣ ମହାନଗରୀମାନଙ୍କରୁ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତମାନେ ସେମାନଙ୍କର ପରିବାରବର୍ଗ ଓ ପରିଜନଙ୍କ ସହ ଆସି ସାମିଲ ହୋଇଥିବା ଦେଖାଯାଇଥିଲା । ଭକ୍ତ ଓ ଭଗବାନଙ୍କର ଏହି ମହାମିଳନର ମହାନ ପାର୍ବଣରେ ଉପସ୍ଥିତ ପ୍ରାୟ ହଜାରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉଲ୍ଲାସ, ଉତ୍ସାହ, ଉଦ୍ଦୀପନା ଓ ଉନ୍ମାଦନା ପରିଲ୍ଲକ୍ଷିତ କରାଯାଇଥିଲା।

ସକାଳ ୧୦ଟା ବେଳେ ଦିଅଁମାନଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ପ୍ରଥମେ ପ୍ରଭୁ ସୁଦର୍ଶନ, ତା ପରେ ବଡ଼ ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ସବାଶେଷରେ ଜଗତର ନାଥ ଜଗନ୍ନାଥଙ୍କୁ ରୋଷଣୀ କରାଯାଇ ୪ ମିଟର ଉଚ୍ଚତା ବିଶିଷ୍ଟ ସୁନ୍ଦର, ସୁଶୋଭିତ ଓ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା । ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନି ସହ ଭଜନ କୀର୍ତ୍ତନର ମୃଦ୍ୟୁମନ୍ଦ ନାଦରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା। ଏଠାରେ ମହିଳା ମାନେ ହାତରେ ନଚାଇ ନଚାଇ ଦେବୀ ସୁଭଦ୍ରାଙ୍କୁ ରଥ ଉପରକୁ ନେଉଥିବାର ଦୃଶ୍ୟ ଅତ୍ୟନ୍ତ ମନୋମୁଗ୍ଧକର ଥିଲା। ଅଷ୍ଟ୍ରେଲିଆନ କ୍ୟାପିଟାଲ ଟେରିଟୋରୀ(ଏ.ସି.ଟି) କାନବେରାର ମୁଖ୍ୟମନ୍ତ୍ରୀ ଆଣ୍ଡ୍ରୁ ବାରଙ୍କ ପ୍ରତିନିଧି ଦୀପକ ରାଜ ଗୁପ୍ତା ପାରମ୍ପରିକ ଛେରା ପହଁରା କାର୍ଯ୍ୟ କରିଥିଲେ। ଏହାପରେ ଦିନ ୧୧ ଟା ବେଳେ ରଥ ଟଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଫ୍ଲୋରିର ରାଜରାସ୍ତାରେ ରାଜକୀୟ ଠାଣିରେ ଭକ୍ତମାନଙ୍କର ଗହଣରେ ଗଡ଼ିଚାଲିଥିବା ଅନନ୍ୟ ଓ ଅପରୂପ ରଥଟିକୁ ୨କି.ମି. ପର୍ଯ୍ୟନ୍ତ ଟାଣି ନିଆଯାଇ ପୁଣି ମନ୍ଦିର ବେଢ଼ା ନିକଟକୁ ଫେରାଇ ଅଣାଯାଇଥିଲା ।

- Advertisement -

ଉପସ୍ଥିତ ବରେଣ୍ୟ ଅତିଥିମାନଙ୍କ ମଧ୍ୟରେ ଭାରତୀୟ ରାଷ୍ଟ୍ରଦୂତଙ୍କର ପ୍ରତିନିଧି କାଉନସିଲର ନରେନ୍ଦ୍ର ରାଣା, ଏ. ସି. ଟି ବିଧାନସଭାର ସଦସ୍ୟ ଗଣ ଯଥା ଜୋ କ୍ଲେ ଓ ଆଣ୍ଡ୍ରୁ ବ୍ରାଡକ୍ ଏବଂ କାନବେରାସ୍ଥିତ ଓଡ଼ିଆ ସମ୍ପ୍ରଦାୟର ମୁଖ୍ୟ ରୋଜାଲିନ ରାଉତ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories