www.samajalive.in
Sunday, December 14, 2025
23.1 C
Bhubaneswar

ପୁଲିସ ଯାଞ୍ଚ ଭୟରେ ଫେରିଲାବେଳେ ଦୁର୍ଘଟଣା ୨ମୃତ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଅର୍ନ୍ତଗତ ତିଲେଶ୍ୱର ଜଗନ୍ନାଥ ମନ୍ଦିର ନିକଟରେ ରବିବାର ରାତିରେ ଏକ ବାଇକ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ଜଣ ପ୍ରାଣ ହରାଇଥିବା ଜଣାପଡିଛି। ମୃତକ  ଦୁଇଜଣ ହେଲେ ଲୁଣିବାହାଲ ପଂଚାୟତ ମଧୁସୂଦନପୁର ଗ୍ରାମର ରମେଶ ଦଳବେହେରା(୩୫) ଏବଂ ତିଲେଶ୍ୱର ପଂଚାୟତ ମାଣିକପୁର ଗ୍ରାମର ଗଣେଶ ପ୍ରଧାନ (୪୮)ବୋଲି ଜଣାପଡିଛି।

ସୂଚନାମତେ ରବିବାର ରାତିରେ ଧଳପୁର-ପୁରୁଣାକଟକ ପୂର୍ତ୍ତ ରାସ୍ତାରେ ଧଳପୁର ପଟୁ ଏକ ଛାତ ଢଳେଇ କାର୍ଯ୍ୟସାରି ଏକ ମଟର ସାଇକଲ ଯୋଗେ ଦୁଇଜଣ ମିସ୍ତ୍ରୀ ତିଲେଶ୍ୱର ଦେଇ ପୁରୁଣାକଟକ ଆଡକୁ ଯାଉଥିଲେ। ଏହି ସମୟରେ ବୁରୁବୁଡା ନିକଟରେ ପୁଲିସ ପକ୍ଷରୁ ଗାଡି ଯାଞ୍ଚ ଚାଲିଥିଲା। ପୁଲିସର ଗାଡି ଯାଞ୍ଚ ଦେଖି ସେମାନେ ଭୟରେ ତିଲେଶ୍ୱର ଆଡକୁ ଫେରିବା ସମୟରେ ଜଗନ୍ନାଥ ମନ୍ଦିର ନିକଟରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡ ଡ୍ରେନ ମଧ୍ୟକୁ ପଶିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଫଳରେ ଦୁଇଜଣ ବାଇକ ଆରୋହୀ ଗୁରୁତର ଆହାତ ହୋଇଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ପୁରୁଣାକଟକ ମେଡିକାଲ ପଠାଯାଇଥିଲା। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡିଛି। ସୂଚନା ଥାଉକି ପୁରୁଣାକଟକ -ଧଳପୁର ରାସ୍ତା ନିର୍ମାଣ କାର୍ଯ୍ୟ ସରିବାପରେ ମଧ୍ୟ ନିର୍ମାଣ ହୋଇଥିବା ଡ୍ରେନ ଉପରେ ଢାଙ୍କୁଣୀ ପଡିନଥିବାରୁ ଏଭଳି ଦୁର୍ଘଟଣାରେ  ଅକାଳରେ ଦୁଇଜଣ ପ୍ରାଣ ହରାଇଥିବା ଚର୍ଚ୍ଚା ଜୋର ଧରିଛି। ତୁରନ୍ତ ଡ୍ରେନ ଉପର ଘୋଡଣୀ କାର୍ଯ୍ୟ ଶେଷ କରିବାକୁ ସାଧାରଣରେ ଦାବୀ ହେଉଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories