www.samajalive.in
Monday, December 15, 2025
26.1 C
Bhubaneswar

ଇନରହ୍ୱିଲ କ୍ଲବର ବନ ମହୋତ୍ସବ

ଆଠଗଡ : ଆଠଗଡ ଇନରହ୍ୱିଲ କ୍ଲବ ପକ୍ଷରୁ ଖୁଣ୍ଟୁଣୀସ୍ଥିତ ଆଦର୍ଶ କାରାଗାର ପରିସରରେ ରବିବାର ବନ ମହୋତ୍ସବ ସପ୍ତାହ ପାଳନ କରାଯିବ ସହ ଚାରା ରୋପଣ କରାଯାଇଛି । କ୍ଲବର ସଭାନେତ୍ରୀ ମଞ୍ଜୁଲତା ମହାଳିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଦର୍ଶ କାରାଗାରର ଅଧିକ୍ଷକ ସୁଶାନ୍ତ କୁମାର ରାଉତ, ସହକାରୀ କାରାପାଳ ଆଲୋକ କୁମାର ମହାନ୍ତି ଓ କ୍ଲବର ପୂର୍ବତନ ସଭାନେତ୍ରୀ ପୁଲିନ ମିଶ୍ର ଅତିଥି ଭାବେ ଉଦ୍‌‌ବୋଧନ ଦେଇ ପରିବେଶ ସୁରକ୍ଷା ଆମ ସମସ୍ତଙ୍କର ନୈତିକ ଓ ସାମାଜିକ ଦାୟିତ୍ୱ ବୋଲି ପ୍ରକାଶ କରିଥିଲେ । ବ୍ୟାପକ ଜଙ୍ଗଲ ସଂପଦର କ୍ଷୟ ଯୋଗୁଁ ବିଶ୍ୱର ତାପମାତ୍ରା ବୃଦ୍ଧି ପାଇବା ସହିତ ଏହା ଜୀବଜଗତ ପାଇଁ ଘୋର ବିପଦ ସୃଷ୍ଟି କଲାଣି । ଏହାକୁ ପ୍ରତିହତ କରିବ ପାଇଁ ଜଙ୍କଲ ସଂପଦର ସୁରକ୍ଷା, ନୂତନ ଜଙ୍ଗଲ ଓ ସବୁଜ ବଳୟ ସୃଷ୍ଟି ସହିତ ଆର୍ଦ୍ରଭୂମିର ସୁରକ୍ଷା ଜରୁରୀ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । କ୍ଲବର ବରିଷ୍ଠ ସଦସ୍ୟ ମଞ୍ଜୁଳା ଦାସ, ଜ୍ୟୋସ୍ନାରାଣୀ ପତି, ପ୍ରଣତି ପଣ୍ଡା, ଦୀପାଳି ଦାଶ, ରାଜେଶ୍ୱରୀ ଗୋସ୍ୱାମୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କାରାଗାରର ଅଧିକାରୀ ଓ କର୍ମଚାରୀ ଦେବରାଜ ପରିଡା, ପ୍ରକାଶ କୁମାର ବେହେରା, ମନୋଜ କୁମାର ଖୁଣ୍ଟିଆ ଦିଲ୍ଲିପ କୁମାର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories