www.samajalive.in
Saturday, December 13, 2025
26.1 C
Bhubaneswar

ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼: ଏନସିପି ଦୁଇ ଭାଗ, ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ

ମୁମ୍ବଇ: ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ହଇଚଇ ସୃଷ୍ଟି ହୋଇଛି। ମହାରାଷ୍ଟ୍ରର ଶିବସେନା-ବିଜେପିର ଅନ୍ୟତମ ବିରୋଧୀ ଦଳ ଏନସିପି ଭାଗ ଭାଗ ହୋଇଯାଇଛି। ଏନସିପିର ବରିଷ୍ଠ ନେତା ଅଜିତ ପାୱାର ବିରୋଧୀ ଦଳ ନେତା ପଦ ଛାଡ଼ି ଅନେକ ବିଧାୟକଙ୍କ ସହ ଏନଡିଏରେ ସାମିଲ ହୋଇଛନ୍ତି। ରବିବାର ଅଜିତ ପାୱାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ରାଜଭବନରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ରମେଶ ବୈଶ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏଥିସହ ଏନସିପିର ବରିଷ୍ଠ ନେତା ଛଗନ ଭୁଜବଳଙ୍କ ସମେତ ମୋଟ୍‌ ୯ ଜଣ ବିଧାୟକ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଅଜିତ ପାୱାରଙ୍କ ଦଳ ଦାବି କରିଛନ୍ତି ଯେ, ତାଙ୍କ ପାଖରେ ୪୦ ଏନସିପି ବିଧାୟକଙ୍କ ସମର୍ଥନ ରହିଛି।

ଏହି ଶପଥ ଗ୍ରହଣ ସମାରୋହରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ମଧ୍ୟ ଉପସ୍ଥିତ ଥିଲେ। ଅଜିତ ପାୱାରଙ୍କ ଶପଥ ଗ୍ରହଣ ପରେ ମହାରାଷ୍ଟ୍ରକୁ ଏବେ ଦୁଇ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ମିଳିଛନ୍ତି। ପୂର୍ବରୁ ବିଜେପି ନେତା ଦେବେନ୍ଦ୍ର ଫଡନଭିସ ଉପମୁଖ୍ୟମନ୍ତ୍ରୀ ପଦରେ ଥିବା ବେଳେ ଆଜି ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories