www.samajalive.in
Monday, December 8, 2025
27.1 C
Bhubaneswar

ବେଆଇନ ଅଟୋ ଉପରେ ଲଗାମ କେବେ!

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଯାତାୟାତ କରିବା ଏକ ଗମ୍ଭୀର ସମସ୍ୟା ରୂପେ ଉଭା ହେଲାଣି। କ୍ରମବର୍ଦ୍ଧିଷ୍ଣୁ ସହରକୁ ଧ୍ୟାନରେ ରଖି ରାସ୍ତାର ପ୍ରଶସ୍ତିକରଣ କରାଯାଉ ନ ଥିବା ବେଳେ ଜବରଦଖଲ, ବେଆଇନ ଅଟୋ ଓ ଅନ୍ୟାନ୍ୟ ଯାନବାହନ ଗୁଡିକର ଅହେତୁକୁ ବୃଦ୍ଧି ଜନତାଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ନିଗମବାସୀଙ୍କ ଅଭିଯୋଗ ଅନୁଯାୟୀ, ଦିନକୁ ଦିନ ଅଟୋ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଟ୍ରାଫିକ ପୁଲିସ ନ୍ୟସ୍ତସ୍ୱାର୍ଥ ସାଧନ ଯୋଗୁଁ ସେଗୁଡିକ ଉପରେ ଲଗାମ ଲଗାଉ ନାହିଁ। ଫଳରେ ସେଗୁଡିକ ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ବେଳେ କିଛି ଅଟୋ ଅପରାଧିକ କାର୍ଯ୍ୟକଳାପରେ ମଧ୍ୟ ନିୟୋଜିତ ହୋଇଥିବାର ନଜୀର ରହିଛି। ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଚାଲୁଥିବା ଅଟୋ ଗୁଡିକର ପ୍ରକୃତ ସ୍ଥିତି ସମ୍ପର୍କରେ ପ୍ରଶାସନ ନିକଟରେ କୌଣସି ଠୋସ ସୂଚନା ନାହିଁ। ଏଥି ସହ ଅଟୋ ଚାଳକ ଙ୍କ ସମ୍ପର୍କରେ ମଧ୍ୟ କୌଣସି ସଠିକ ସୂଚନା ପ୍ରଶାସନ ପାଖରେ ନାହିଁ।

ପ୍ରାୟ ୧ ବର୍ଷ ହେବ ପରିବହନ ଓ ଟ୍ରାଫିକ ବିଭାଗ ପକ୍ଷରୁ ଅଟୋରିକ୍ସ କିମ୍ବା ଅଟୋ ଚାଳକ ଙ୍କର କୌଣସି ଯାଞ୍ଚ କରାଯାଇ ନ ଥିବାରୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇ ନାହିଁ। ଅପରପକ୍ଷରେ ୨ ଚକିଆ ଯାନ ଗୁଡିକ ଉପରେ ନିୟମିତ ଭାରୀ ଜରିମାନା ଆଦାୟ ଜାରି ରହିଛ। ଦୁଇ ଚକିଆ ଯାନ ଗୁଡିକ ଉପରେ ମୁଖ୍ୟତଃ ହେଲମେଟ ବ୍ୟବହାର ନ କରିବା ଓ ଗାଡି ଚାଳନା ସମୟରେ ମୋବାଇଲ ଫୋନ ବ୍ୟବହାର କରିବା ଉପରେ ଫୋକସ ରଖାଯାଇ ବିଭାଗୀୟ ରାଜସ୍ୱ ଲକ୍ଷ୍ୟ ପୂରଣ କରାଯାଉଛି। କିନ୍ତୁ ସିଂହଭାଗ ଅଟୋରିକ୍ସା ଓ ଚାଳକ ଗୁଡିକ ସରକାରଙ୍କ ନିର୍ଦ୍ଧାରିତ ନିୟମ ଗୁଡିକୁ ଖୋଲାଖୋଲି ଭାବରେ ଉଲ୍ଲଂଘନ କରୁଥିବା ବେଳେ ଟ୍ରାଫିକ ଓ ପରିବହନ ବିଭାଗ ନିଦା ବିଷ୍ଣୁ ସାଜିଛି। ଅନେକ ଅଟୋ ରିକ୍ସାର ଉପଯୁକ୍ତ ପଞ୍ଜିକରଣ, ଫିଟନେସ, ପ୍ରଦୂଷଣ ପ୍ରମାଣପତ୍ର ଆଦି ନ ଥିବା ବେଳେ ଅନେକ ଅଟୋ ରିକ୍ସାରେ ନକଲି ପଞ୍ଜିକରଣ ନମ୍ବର ପ୍ଲେଟ ମଧ୍ୟ ଲାଗିଥିବାର ଅଭିଯୋଗ ହେଉଛି। ବେଶ କିଛି ଅଟୋ ଚାଳକଙ୍କ ଚାଳକ ଲାଇସେନ୍ସ ମଧ୍ୟ ନ ଥିବାର ଅଭିଯୋଗ ହେଉଥିବା ବେଳେ ପରିବହନ, ଟ୍ରାଫିକ ଓ ପ୍ରଦୂଷଣ ବିଭାଗ ଦ୍ୱାରା ଯାଞ୍ଚ କରା ନ ଯିବାର ଘଟଣା ଜନତାଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ସୃଷ୍ଟି କରୁଛି। ଜାଣିଶୁଣି ନିଜର ବ୍ୟକ୍ତିଗତ ସ୍ୱାର୍ଥ ସାଧନ ନିମନ୍ତେ ଏଭଳି କାର୍ଯ୍ୟ କରାଯାଉଛି ବୋଲି ଜନତା ସାଧାରଣରେ ଅଭିଯୋଗ କରୁଛନ୍ତି।

- Advertisement -

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ନିଗମ ଅଞ୍ଚଳରେ କେତେ ସଂଖ୍ୟକ ଅଟୋ ରିକ୍ସା ଚାଲୁଛି, କେତୋଟି ପଞ୍ଜିକୃତ ହୋଇଛି, କେତେ ଅଟୋ ଚାଳକ ଙ୍କ ଲାଇସେନ୍ସ ରହିଛି, କେତେ ଅଟୋ ରିକ୍ସ ସମ୍ବଲପୁରରେ ପଞ୍ଜିକରଣ ହୋଇଛି ଓ କେତେ ଅଟୋରିକ୍ସା ବାହାର ଜିଲା କିମ୍ବା ରାଜ୍ୟରେ ପଞ୍ଜିକୃତ ହୋଇ ଏଠାରେ ଚଳପ୍ରଚଳ ହେଉଛନ୍ତି ଆଦିର କୌଣସି ସୁଚନା ଟ୍ରାଫିକ ପୁଲିସ ପାଖରେ ନାହିଁ। ବିନା କାଗଜପତ୍ରରେ ଚାଲୁଥିବା କେତୋଟି ଅଟୋରିକ୍ସା ବିଗତ ଏକ ବର୍ଷ ମଧ୍ୟରେ ଜବତ ହୋଇଛି, କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଇତ୍ୟାଦି ବିଷୟରେ ମଧ୍ୟ ଟ୍ରାଫିକ ବିଭାଗ ଅନଭିଜ୍ଞ ରହିଛି। ଏ ସମ୍ପର୍କରେ ଟ୍ରାଫିକ ଇନିସପକ୍ଟେର ଇ. ଏକ୍କା ଙ୍କୁ ପଚରାଯିବାରୁ ତାଙ୍କର ପାଖରେ କୌଣସି ସୂଚନା ନାହିଁ ବୋଲି କଥାକୁ ଏଡାଇ ଯାଇଥିଲେ। ଅପରପକ୍ଷରେ ସମ୍ବଲପୁରରେ ବୃଦ୍ଧି ପାଇଥିବା ଅପରାଧିକ ଗତିବିଧିରେ ବେନିୟମ ଭାବରେ ଚଳାଚଳ କରୁଥିବା ଅଟୋରିକ୍ସା ଗୁଡିକର ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଥିବାର ନଜୀର ରହିଛି। କିଛି ଦିନ ତଳେ ମୁଦିପଡ଼ା ଛକ ନିକଟରୁ ଚୋରାରେ ବିଦ୍ୟୁତ ତାର ଚାଲାଣ ଓ କ୍ଷେତରାଜପୁର ଅଞ୍ଚଳରେ ଚୋରାରେ ନିଶାକଫ ସିରଫ (୬୦୦ ବୋତଲ) ହେଉଥିବା ବେଳେ ଅଟୋ ଗୁଡିକୁ ଧରାଯାଇଥିବା ବେଳେ ସେଗୁଡିକର କାଗଜପତ୍ର ସମ୍ପର୍କରେ କୌଣସି ସୂଚନା ଦେବାକୁ ପୁଲିସ ମଧ୍ୟ କୁନ୍ଥ କୁନ୍ଥ ହୋଇଥିଲା। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଜନତା ପରିବହନ, ଟ୍ରାଫିକ ଓ ପୁଲିସ ବିଭାଗ ଉପରେ କରୁଥିବା ଅଭିଯୋଗରେ ବେଶ ଦମ ରହିଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories