www.samajalive.in
Sunday, December 14, 2025
14.1 C
Bhubaneswar

ଓଡିଶା ମୋଟର ଚାଳକ ସଙ୍ଘର ଜିଲ୍ଲା ସ୍ଥରୀୟ ବୈଠକ

ଫୁଲବାଣୀ/ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବିଜୁ କଲ୍ୟାଣୀ ମଣ୍ଡପ ଠାରେ ଓଡିଶା ମୋଟର ଚାଳକ ସଙ୍ଘ କନ୍ଧମାଳ ଜିଲ୍ଲାର ଜିଲ୍ଲା ସ୍ଥରୀୟ ବୈଠକ ଅନୁଷ୍ଠିତ ହୋଇଛିl ଫିରିଙ୍ଗିଆ ବ୍ଲକ ସଭାପତି ଦାରୁଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସଭାପତି ବାସବ କହଁରଙ୍କ ସହ କୋଷାଧକ୍ଷ କିଶୋର ପ୍ରଧାନ, ସଂଗଠନ ସମ୍ପାଦକ ଗୋପାଳ ରାଓ, ଜିଲ୍ଲା କଲ୍ୟାଣ ପାଣ୍ଠି ସଭାପତି ଅନନ୍ତ କୁମାର ମାଝୀ, ଜିଲ୍ଲା ଉପଦେଷ୍ଠା ଫିଲିପ ଦିଗାଲଙ୍କ ସହ ଜିଲ୍ଲାର ବରିଷ୍ଠ ସଙ୍ଘ ସଦସ୍ୟ ଉପସ୍ଥିତ ଥିଲେ। ବୈଠକରେ ମୁଖ୍ୟ ଅତିଥି ଭାବରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତ, ଫିରିଙ୍ଗିଆ ପୂର୍ବତନ ସରପଞ୍ଚ ବିଶ୍ୱରଞ୍ଜନ କହଁର ଯୋଗ ଦେଇ ଓଡିଶା ମୋଟର ଚାଳକ ସଙ୍ଘର ସମସ୍ୟା ଓ ତାହା କିପରି ସମାଧାନ କରାଯାଇ ପାରିବ ସେ ନେଇ ଆଲୋଚନା କରିଥିଲେ। ଅନ୍ୟ ପଟେ ଫିରିଙ୍ଗିଆ ବ୍ଲକରେ ରହିଥିବା ମୋଟର ଚାଳକ ସଙ୍ଘର ବର୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାଳୟ କିମ୍ବା ଡ୍ରାଇଭର ମାନଙ୍କ ଆଶ୍ରୟସ୍ଥଳୀ ନ ଥିବା ଏବଂ ବିଭିନ୍ନ ସମସ୍ୟାକୁ ନେଇ ଦାବି ଉପସ୍ଥାପନା କରିଥିବା ବେଳେ ମୁଖ୍ୟ ଅତିଥି ତଥା ଫିରିଙ୍ଗିଆ ବିଡ଼ିଓ ତାହାର ତୁରନ୍ତ କିପରି ସମାଧାନ ହୋଇପାରିବ ଏବଂ ସୁବିଧା ପାଇପାରିବେ ସେନେଇ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories