www.samajalive.in
Saturday, December 13, 2025
26.1 C
Bhubaneswar

ଜୁଲାଇ ୩ରେ କେନ୍ଦ୍ର ମନ୍ତ୍ରିପରିଷଦ ବୈଠକ, ପଶ୍ଚିମ ଓଡ଼ିଶାକୁ ମିଳିପାରେ କେନ୍ଦ୍ରମନ୍ତ୍ରୀ ପଦ

ନୂଆଦିଲ୍ଲୀ: ଜୁଲାଇ ୩ରେ କେନ୍ଦ୍ର ମନ୍ତ୍ରିପରିଷଦ ବୈଠକ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ମନ୍ତ୍ରିମଣ୍ଡଳରେ କେତେକ ଅଦଳବଦଳ ହେବାର ସମ୍ଭାବନା ରହିଛି। ଏହି ବୈଠକ ପ୍ରଗତି ମଇଦାନରେ ଥିବା ନବନର୍ମିତ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇପାରେ। ସୂଚନାଥାଉ କି ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓ ଅନ୍ୟ ବରିଷ୍ଠ ଦଳୀୟ ନେତାଙ୍କ ସହ ଦୀର୍ଘସମୟ ଧରି ଆଲୋଚନା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରିମଣ୍ଡଳ ସହ ଦଳୀୟ ପଦାଧିକାରୀ କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ତେବେ ସଂସଦର ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ମନ୍ତ୍ରୀମଣ୍ଡଳ ଦ୍ୱି୍‌‌ତୀୟ ପାଳିର ଅନ୍ତିମ ଅଦଳବଦଳ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆସନ୍ତା ଜୁଲାଇ ୧୭ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନ ଚାଲିବ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ମନ୍ତ୍ରୀମଣ୍ଡଳ ଅଦଳବଦଳ ପ୍ରକ୍ରିୟାରେ ବହୁ ମନ୍ତ୍ରୀଙ୍କୁ ସଂଗଠନକୁ ପଠାଯିବ ଏବଂ କେତେକ ଲୋକସଭା ସଦସ୍ୟଙ୍କୁ ନୂଆ ମନ୍ତ୍ରୀ ଭାବେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ।

- Advertisement -

ସୋମବାର ବୈଠକ ଡକାଯାଇଥିବାରୁ ମୌସୁମୀ ଅଧିବେଶନ ପୂର୍ବରୁ ଯେକୌଣସି ଦିନ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିପାରନ୍ତି। ରାଜନୈତିକ ଚର୍ଚ୍ଚା ଅନୁଯାୟୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟସ୍ତରରେ ପାର୍ଟି ଘରସଜଡ଼ା ପ୍ରକ୍ରିୟା ଆରମ୍ଭ କରିଛି। ଏପରିକି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ଅମିତ ଶାହଙ୍କୁ ପୁନର୍ବାର ସଂଗଠନକୁ ପଠାଇ ପାର୍ଟିର ରାଷ୍ଟ୍ରିୟ ଅଧ୍ୟକ୍ଷ ଦାୟିତ୍ୱ ନ୍ୟସ୍ତ କରାଯାଇପାରେ। ପାର୍ଟି ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ପୁଣି ଥରେ କେନ୍ଦ୍ର ମନ୍ତ୍ରୀମଣ୍ଡଳକୁ ଅଣାଯାଇ ପ୍ରତିରକ୍ଷା ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇପାରେ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଅମିତ ଶାହଙ୍କ ସ୍ଥାନରେ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ଦାୟିତ୍ୱ ମିଳିପାରେ। ଦେଶରେ ସମାନ ନାଗରିକତା ଆଇନ ଲାଗୁ କରିବା ଲାଗି ମୋଦୀ ସରକାର ଆଇନ ଆଣିବା ସମ୍ଭାବନା ରହିଥିବାରୁ ନିର୍ମଳ ଭାବମୂର୍ତ୍ତୀ ସମ୍ପନ୍ନ ରାଜନାଥ ସିଂଙ୍କ ନେତୃତ୍ୱରେ ଗୃହମନ୍ତ୍ରାଳୟ ଏହି ବିଧେୟକକୁ ସଂସଦରେ ଉପସ୍ଥାପନ କରିବାକୁ ପାର୍ଟିର ଶୀର୍ଷ ନେତୃତ୍ୱ ଚିନ୍ତା କରୁଛନ୍ତି। ହିମାଚଳ ପ୍ରଦେଶ ଏବଂ କର୍ଣ୍ଣାଟକରେ ବିଜେପି ସରକାର କ୍ଷମତାଚ୍ୟୁତ ହେବା ପରେ ରାଷ୍ଟ୍ରିୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ହଟାଇବା ପାଇଁ ବିଜେପିର ଗୋଟିଏ ଗୋଷ୍ଠୀ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଉପରେ ଚାପ ପକାଉଥିବା ଜଣାପଡ଼ିଛି।

ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଅନ୍ତିମ ମନ୍ତ୍ରୀମଣ୍ଡଳ ଅଦଳବଦଳ ପ୍ରକ୍ରିୟାରେ ପଶ୍ଚିମ ଓଡ଼ିଶାରୁ ଜଣେ ସାଂସଦଙ୍କୁ ସାମିଲ କରାଯାଇପାରେ। ୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼ିଶାରୁ ପାଞ୍ଚ ଜଣ ସାଂସଦ ଲୋକସଭାକୁ ବିଜୟୀ ହୋଇଥିଲେ। ମୋଦୀ ମନ୍ତ୍ରୀମଣ୍ଡଳରେ ଏମାନଙ୍କ ମଧ୍ୟରୁ କେହି ସ୍ଥାନ ପାଇପାରିନାହାନ୍ତି। କେବଳ ମନ୍ତ୍ରୀମଣ୍ଡଳରେ ନୁହେଁ ପାର୍ଟିର ରାଷ୍ଟ୍ରୀୟ ସଂଗଠନରେ ପଶ୍ଚିମ ଓଡ଼ିଶାର କୌଣସି ନେତାଙ୍କୁ ସାଂଗଠାନିକ ଦାୟିତ୍ୱ ମିଳିନାହିଁ। ରାଜ୍ୟ ବିଜେପି ସଭାପତି ଭାବେ ଉପକୂଳ ଓଡ଼ିଶାର ନେତା ମନମୋହନ ସାମଲଙ୍କୁ ଦାୟିତ୍ୱ ମିଳିଥିଲା। ଉଭୟ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଏବଂ ରାଷ୍ଟ୍ରୀୟ ସଂଗଠନରେ ପଶ୍ଚିମ ଓଡ଼ିଶାର କୌଣସି ସାଂସଦ ସ୍ଥାନ ପାଇପାରିନଥିବାରୁ ଆଗାମୀ ମନ୍ତ୍ରୀମଣ୍ଡଳ ଅଦଳବଦଳ ପ୍ରକ୍ରିୟାରେ ପଶ୍ଚିମ ଓଡ଼ିଶାକୁ ବିଶେଷ ଗୁରୁତ୍ୱ ମିଳିପାରେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories