www.samajalive.in
Thursday, December 11, 2025
15.1 C
Bhubaneswar

ହରଭଙ୍ଗା ତହସିଲ ପକ୍ଷରୁ ଉଛେଦ ପ୍ରକିୟା ଆରମ୍ଭ

ହରଭଙ୍ଗା: ହରଭଙ୍ଗା ବ୍ଲକ ହରଭଙ୍ଗା ଥାନା ଛକ ଓ ପ୍ରାଥମିକ ବିଦ୍ୟାଳୟ ପରିସର ଦୀର୍ଘ ଦିନ ହେବ ଜବର ଦଖଲକାରୀ ମାନେ ଅକ୍ତିଆର କରି ରହିଛନ୍ତି। ବିଦ୍ୟାଳୟ ଓ ଥାନା ସମ୍ମୁଖ ପାର୍ଶ୍ବରେ ବେଆଇନ ଭାବେ ଦଖଲ କରିଥିବା ୬ ଜଣ ଦୋକାନୀଙ୍କୁ ତୁରନ୍ତ ଜାଗା ଛାଡିବା ପାଇଁ ତହସିଲ ପକ୍ଷରୁ ନିର୍ଦେଶ ଦିଆଯାଇଛି। ସେହିପରି ଚାରିଛକ ବଜାରର ବିଭିନ୍ନ ସ୍ଥାନରେ ଉଛେଦ ପ୍ରକ୍ରିୟା ଜାରି ରହିଛି। ଚାରିଛକରୁ ଫୁଲବାଣୀ ଜାତୀୟ ରାଜପଥ ଉଭୟ ପାର୍ଶ୍ବରେ ଥିବା ଉଠା ଦୋକାନୀଙ୍କୁ ଉଠାଯିବା ସହିତ ଦଖଲକାରୀଙ୍କ ଜାଗା ଭଙ୍ଗା ଚାଲିଛି। ତହସିଲର କଡା ଆଭିମୁଖ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ତହସିଲଦାର ସୁଶ୍ରୀ ଶିବାନୀ ଦାସ ଅତିରିକ୍ତ ତହସିଲଦାର ବିଶ୍ୱଜିତ ପ୍ରଧାନ ଏବଂ ପୁଲିସ ଉପସ୍ଥିତିରେ ଉଛେଦ ପ୍ରକିୟା ଚାଲୁ ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories