www.samajalive.in
Friday, December 12, 2025
19.1 C
Bhubaneswar

ଅଟ୍ଟାଳି ଜଗନ୍ନାଥଙ୍କ ସୁନାବେଶ

ଆଠଗଡ଼: ପବିତ୍ର ବଡ ଏକାଦଶୀ ତିଥିରେ ରଥାରୂଢ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ଦେବଙ୍କ ସୁନାବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କର ପ୍ରବଳ ସମାଗମ ଦେଖିବାକୁ ମିଳିଛି। ଅଟ୍ଟାଳି ଜଗନ୍ନାଥ ଦେବ ଓ ଜଗନ୍ନାଥ ବଲ୍ଲଭ ମଠ ରଥରେ ଉପବିଷ୍ଟ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଅତ୍ୟନ୍ତ ସୁନ୍ଦର ଭାବେ ସଜ୍ଜିତ କରାଯାଇଥିଲା। ଦେବୋତ୍ତର ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ତହସିଲଦାର ପ୍ରିୟବ୍ରତ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୁଇଟି ଯାକ ରଥ ଉପରେ ଶ୍ରୀ ଜୀଉଙ୍କର ସୁନାବେଶ କରାଯିବା ପରେ ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ର ସନ୍ଧ୍ୟା ଆଳତୀ କରିଥିଲେ। ଆଠଗଡ଼ ଉପକୋଷାଗାରରୁ କଡା ପୁଲିସ ସୁରକ୍ଷା ବଳୟ ମଧ୍ୟରେ ଶ୍ରୀ ଜୀଉଙ୍କର ସମସ୍ତ ସୁନା ଓ ରୂପା ଅଳଙ୍କାର ଅଣାଯାଇଥିଲା। ଶ୍ରୀ ଅଟ୍ଟାଳି ଜଗନ୍ନାଥ ଦେବଙ୍କୁ ୬୬୧.୭୫୦ଗ୍ରାମ ଏବଂ ଜଗନ୍ନାଥ ବଲ୍ଲଭ ମଠ ରଥର ତିନି ଦିଅଁଙ୍କୁ ୫୩୧.୫୨୫ଗ୍ରାମ ଓଜନର ସୁନା ଅଳଙ୍କାର ସହିତ ବହୁ ରୂପା ଅଳଙ୍କାରରେ ସଜ୍ଜିତ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟ ସଂପାଦନରେ ବଡପଣ୍ଡା ଶରତ କୁମାର ପଣ୍ଡା, ସୁଶାନ୍ତ କୁମାର ପଣ୍ଡା, ସ୍ୱାଗତ କୁମାର ପଣ୍ଡାଙ୍କ ସମେତ ଅନ୍ୟ ସେବାୟତ ସହଯୋଗ କରିଥିଲେ। ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ଆଠଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଓ ଉପନିରୀକ୍ଷକ ବିଶ୍ୱଜିତ୍‌‌ ଜେନାଙ୍କ ନେତୃତ୍ୱରେ ବ୍ୟାପକ ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଚଳିତ ବର୍ଷ ଦୁଇଟି ଯାକ ରଥ ପାର୍ଶ୍ବବର୍ତ୍ତୀ ରାସ୍ତାରେ ଗାଡି ଚଳାଚଳକୁ ବନ୍ଦ କରାଯାଇଥିବାରୁ ଶ୍ରଦ୍ଧାଳୁମାନେ ସୁବିଧାରେ ଦର୍ଶନ କରିଥିଲେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories