www.samajalive.in
Saturday, December 13, 2025
26.1 C
Bhubaneswar

ବେଆଇନ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଉଠାଇ ନେଲା କେରଳ ପୋଲିସ

ଚାନ୍ଦିପୁଟ: ଗଞ୍ଜେଇ ଉତ୍ପତ୍ତିର ଅମରାବତୀ ପାଲଟିଥିବା ଗଜପତି ଜିଲ୍ଲାରେ ଥମୁନି ଚୋରା ଗଞ୍ଜେଇ କାରବାର। ଗଜପତି ଜିଲ୍ଲାରୁ ବାହାର ରାଜ୍ୟକୁ ଟ୍ରକ ଟ୍ରକ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଏଥର ଗଜପତି ପୋଲିସ ହାତରେ ନୁହେଁ ବରଂ ଗଞ୍ଜେଇ ମାଫିଆ ଧରି ନେବାକୁ ଆସିଥିଲେ କେରଳ ପୋଲିସ। ଗଜପତିରୁ କେରଳକୁ ଲମ୍ବିଛି ବେଆଇନ ଗଞ୍ଜେଇ କାରବାର ଚେର। ଏହି ଗଞ୍ଜେଇ କାରବାର ଲିଙ୍କରେ ୨ ଜଣ ଅଭିଯୁକ୍ତଙ୍କୁ ଅଡବା ଅଞ୍ଚଳରୁ ଗିରଫ କରି ନେଇଛି କେରଳ ପୋଲିସ। ଅଭିଯୁକ୍ତ ମାନେ ହେଲେ ଗଜପତି ଜିଲ୍ଲା ଅଡବା ଥାନା ଚୁଢ଼ଙ୍ଗପୂର୍ ଗ୍ରାମର ଅରୁଣ ନାୟକ ଓ ଅନ୍ତରବା ଗ୍ରାମର ନମିତା ପରିଛା।

ଗତ ମାସ ୨୩ ତରିଖରେ କେରଳର ତ୍ରିଶୁର୍ ଜିଲ୍ଲା ନେଡିପୁଡ଼ା ଥାନା ପୋଲିସ ସାଜନ ଥୋମାସ ନାମକ ଯୁବକକୁ ଗିରଫ କରିବା ସହ ତାଠାରୁ ୨ ଶହ ୨୧ କେଜି ଗଞ୍ଜେଇ ଜବତ କରିଥିଲା କେରଳ ପୋଲିସ। ବେଆଇନ ଗଞ୍ଜେଇ ଚାଲାଣରେ ସଂପୃକ୍ତିରେ ପୋଲିସ ତ୍ରିଶୁର୍ ଅଞ୍ଚଲରୁ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ଏହି ବେଆଇନ ଗଞ୍ଜେଇ ଚାଲାଣରେ ଫୋନ୍ ପେ ମାଧ୍ୟମରେ ଅର୍ଥ କାରବାର ହୋଇଥିଲା। ବ୍ୟାକ ଆକାଉଣ୍ଟ ଯାଞ୍ଚ କରିବା ପରେ ଅଭିଯୁକ୍ତମାନେ ଅଡବା ଥାନା ଅଞ୍ଚଳର ବୋଲି ପୋଲିସ ଜାଣିବାକୁ ପାଇଥିଲା। ଗତକାଲି ତ୍ରିଶୁର୍ ଥାନା ପୋଲିସର ୪ ଜଣିଆ ଟିମ୍ ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଓ ଚୁଢ଼ଙ୍ଗପୁର ଗ୍ରାମରେ ଚଢ଼ାଉ କରି ଗଞ୍ଜେଇ କାରବାରର ମୁଖ୍ୟ କିନପିନ ମହିଳା ଅଭିଯୁକ୍ତ ସମେତ ଜଣେ ଅଟୋ ଚାଳକକୁ ଗିରଫ କରିଥିବା ତ୍ରିଶୁର୍ ଜିଲ୍ଲା ନେଡିବୋଡା ଥାନା ଅଧିକାରୀ, ଟି . ଜି ଦିଲିପ ସୁଚନା ଦେଇଛନ୍ତି। ତେବେ କେରଳର ସାଜନ ଥୋମାସ ଅଡବା ଅଞ୍ଚଳର ନମିତାକୁ ବିବାହ କରି ଏହି ବେଆଇନ ଗଞ୍ଜେଇ କାରବାର ଚଳାଇଥିଲା ତା ନାମରେ ଆଗରୁ ମୋହନା ଥାନାରେ ଦୁଇ ଦୁଇଟି ମାମଲା ରହିଥିବା ଜଣାପଡିଛି। ଏହା ପୁର୍ବରୁ ରାଧାକାନ୍ତ ନାୟକ ଅରଫ (ଖ୍ରୀଷ୍ଟଦାସ) ବେଆଇନ ଗଞ୍ଜେଇ କାରବାରରେ ଲିପ୍ତ ଥାଇ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ବ ସମ୍ପତ୍ତି ଜବତ କରିବା ସହ ବାଜ୍ୟାପ୍ତି କରିଥିଲା ଅଡବା ପୋଲିସ। ତେବେ ବର୍ତ୍ତମାନ ଗିରଫ ହୋଇଥିବା ଅଭିଯୁକ୍ତ ମହିଳା ଜଣକ ରାଧାକାନ୍ତଙ୍କ ନିଜ ଶାଳୀ ଥିବା ବେଳେ ପରିବାର ଅନ୍ୟ ସଦସ୍ୟମାନେ ବେଆଇନ ଗଞ୍ଜେଇ କାରବାରରେ ଲିପ୍ତ ଥିବା ଅନୁମାନ କରି ତଦନ୍ତ କୁ ଜୋରଦାର କରୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories