www.samajalive.in
Monday, December 8, 2025
13.1 C
Bhubaneswar

କେଉଁ ସମୟରେ ଖାଇବେ କଦଳୀ

କଦଳୀ ସ୍ୱାସ୍ଥ୍ୟ ପାଇଁ ଖୁବ ପୁଷ୍ଟିକର ଓ ଉପକାରୀ। ଏହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ମାତ୍ର କଦଳୀ ସେବନ କରିବାର ସଠିକ୍‌‌ ସମୟ ରହିଛି। ସଭିଏଁ ହୁଏତ ଏହା ଜାଣିନଥିବେ। କିଛି ଲୋକେ ସନ୍ଧ୍ୟାରେ, ତ କିଛି ରାତିରେ କଦଳୀ ଖାଇ ଥାଆନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ଜାଣନ୍ତୁ କଦଳୀ ଖାଇବାର ସଠିକ୍‌‌ ସମୟ ବିଷୟରେ..
ଜଳଖିଆରେ କଦଳୀ ସେବନ କରିପାରିବେ। ମାତ୍ର ଜଳଖିଆରେ କେବଳ କଦଳୀ ସେବନ କରନ୍ତୁ ନାହିଁ। ଜଳଖିଆରେ ଅନ୍ୟ ଖାଦ୍ୟ ଖାଇବା ସମୟରେ କିମ୍ବା ଜଳଖିଆ ଖାଇବା ପରେ କଦଳୀ ସେବନ କରନ୍ତୁ।
ଜଳଖିଆରେ କେବଳ କଦଳୀ ଖାଇବା ଉଚିତ୍‌‌ ନୁହେଁ। କଦଳୀରେ କାର୍ବୋହାଇଡ୍ରେଟ ଓ ପ୍ରାକୃତିକ ଭାବେ ଶର୍କରା ଭରପୁର ମାତ୍ରାରେ ଥାଏ। ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ହୋଇଥାଏ।
ଜଳଖିଆ ସମୟରେ କଦଳୀକୁ ବିଭିନ୍ନ ଉପାୟରେ ମଧ୍ୟ ସେବନ କରି ପାରିବେ। କ୍ଷୀର ଓ କଦଳୀକୁ ପେଷି ଏହାକୁ ପିଇ ପାରିବେ।
ଫାଇବର, ଭିଟାମିନ୍ସ, ମିନେରାଲ୍ସର ଉତ୍ତମ ସ୍ରୋତ କଦଳୀ । ମାତ୍ର ଏହାକୁ ଖାଲିପେଟରେ କଦାପି ସେବନ କରନ୍ତୁ ନାହିଁ।
କଦଳୀରେ ପୋଟାସିୟମ, ଫାଇବର ଓ ଭିଟାମିନ ବି-୬,ଭିଟାମିନ ସି ଭଳି ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି। ଜଳଖିଆ ଖାଇବା ସମୟରେ କଦଳୀ ସେବନ କରିବା ଦ୍ୱାରା ଶରୀରକୁ ତୁରନ୍ତ ଶକ୍ତି ମିଳିଥାଏ। ଥକ୍କାପଣ ଦୂର ହୋଇଥାଏ। କାର୍ଯ୍ୟ କଲେ ମଧ୍ୟ ହାଲିଆ ଅନୁଭବ ହୋଇନଥାଏ। ଜଳଖିଆରେ ଏହାର ସେବନ କରିବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ପ୍ରୋଟିନ୍‌‌ ମିଳିବା ସହ ଭୋକ ,ରକ୍ତରେ ଶର୍କରା ସ୍ତର ମଧ୍ୟ ସଠିକ୍‌‌ ରହିଥାଏ।
ମାତ୍ର ଅଧିକ ପରିମାଣରେ କଦଳୀର ସେବନ କରନ୍ତୁ ନାହିଁ।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories