www.samajalive.in
Saturday, December 13, 2025
18.1 C
Bhubaneswar

ବାଣୀକ୍ଷେତ୍ରରେ ବାହୁଡ଼ାଯାତ୍ରା; ଛେରା ପହଁରା କଲେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ତଥା ବାଣୀକ୍ଷେତ୍ର ବାଣୀବିହାର ପରିସରରେ କାଳିଆ ସାଆନ୍ତେଙ୍କ ବାହୁଡା ଯାତ୍ରା ବୁଧବାର ଶେଷ ହୋଇଛି। ଏହି ଅବସରରେ ପାରମ୍ପରିକ ରୀତିନୀତି ଅନୁସାରେ ଠାକୁରଙ୍କୁ ପୂଜାର୍ଚ୍ଚନା କରି ପହଣ୍ଡି ବିଜେ ପାଇଁ ପଥ ପ୍ରସ୍ତୁତି କରାଯାଇଥିଲା। ଶହ ଶହ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ମନ୍ଦିର ପରିସର ଘଣ୍ଟ, ଘଣ୍ଟା, କାହାଳି, ବାଜାବାଦ୍ୟ ସାଙ୍ଗକୁ ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହୋଇ ଚଳଚଞ୍ଚଳ ହୋଇଉଠିଥିଲା। ପ୍ରଥମେ ସୁଦର୍ଶନଙ୍କ ପରେ ବଳଭଦ୍ର ଓ ଦେବୀ ସୁଭଦ୍ରା ଏବଂ କାଳିଆ ଠାକୁର ରଥକୁ ପହଣ୍ଡି ବିଜେ କଲା ପରେ ରଥାରୁଢ଼ ହୋଇଥିଲେ। ସମଗ୍ର ପରିବେଶ ଜଗନ୍ନାଥମୟ ହେଲା ପରେ, ସମସ୍ତ ମନ୍ଦିର କର୍ମକର୍ତ୍ତା ଏବଂ ଜଗନ୍ନାଥ ସେବକମାନେ ଶ୍ରୀଜୀଉଙ୍କ ପୁରୀ ଗୁଣ୍ଡିଚା ଯାତ୍ରା ବିଧି ଅନୁଯାୟୀ ବାହୁଡ଼ା ଯାତ୍ରା ନୀତି ସମ୍ପନ୍ନ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଶ୍ରୀଜୀଉଙ୍କ ରଥ ଉପରେ ଜଗନ୍ନାଥଙ୍କର ରୀତିନୀତି ଅନୁସାରେ ଛେରା ପହଁରା କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଥମ ମହିଳା କୁଳପତି ଶ୍ରୀଜୀଉଙ୍କ ରଥ ଉପରେ ଛେରା ପହଁରା କରି ପୁଣି ଏକ ଐତିହାସିକ ମୁହୂର୍ତ୍ତରେ ସମସ୍ତ ବାଣୀକ୍ଷେତ୍ର ବାଣୀବିହାରକୁ ଆନନ୍ଦିତ କରି ଦେଇଥିଲେ। ଏହାପରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ରଥକୁ ବନ୍ଦାପନା କରାଯାଇଥିଲା ଏବଂ ବାହୁଡା ରଥଟଣା ଆରମ୍ଭ ହୋଇଥିଲା।

- Advertisement -

କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଭକ୍ତର ଭାବ ଓ ଆବେଗରେ ବନ୍ଧା କାଳିଆଠାକୁରଙ୍କ ଆଗରେ ଭକ୍ତିର ସହ ଉତ୍କଳ ବିଶ୍ୱ ବିଦ୍ୟାଳୟର ଉନ୍ନତି, ସମସ୍ତ କର୍ମକର୍ତ୍ତା ଓ ପରିବାର, ଛାତ୍ରଛାତ୍ରୀଙ୍କ ଶୁଭକାମନା କରି ପ୍ରାର୍ଥନା କରିଥିଲେ। ଏହି ଅବସରରେ ଉତ୍କଳ ବିଶ୍ବବିଦ୍ୟାଳୟ ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ସଭାପତି ପ୍ରଫେସର ପ୍ରବୋଧ କୁମାର ହୋତା, ସମ୍ପାଦକ ଡ. ମନୋଜ କୁମାର ସାଢୁଆଳ, ସଦସ୍ୟ ସୁଜିତ କୁମାର ଆଚାର୍ଯ୍ୟ, ରୁଦ୍ର ନାରାୟଣ ମହାପାତ୍ର, ପ୍ରକାଶ କୁମାର ବିଶ୍ବାଳ, ବିଭୂତି ସ୍ବାଇଁ, ସୁଦୀପ କୁମାର, ପ୍ରଦୀପ ସ୍ବାଇଁ ପ୍ରମୁଖ ଶାନ୍ତିଶୃଙ୍ଖଳା ସହ ବାହୁଡ଼ା ଯାତ୍ରା ପରିଚାଳନା କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ ଜଗନ୍ନାଥ ପରିଚାଳନା ସମିତି ଓ ବିଶ୍ୱେଶ୍ବର ମନ୍ଦିର ପରିଚାଳନା ସମିତି ସଦସ୍ୟ ଏବଂ କର୍ମକର୍ତ୍ତାଙ୍କ ସମେତ ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀମାନେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରାରେ ଯୋଗଦେଇ ଆନନ୍ଦ ଓ ଉଲ୍ଲାସର ସହ ରଥ ଟାଣିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories