www.samajalive.in
Saturday, December 13, 2025
26.1 C
Bhubaneswar

ଆଜି ବୀମା ସଚେତନତା ଦିବସ

ଅନେକ ବର୍ଷ ତଳେ ଚୀନ୍‌ର ବଣିକମାନେ ବେପାର କରିବାକୁ ଦୂର ବିଦେଶକୁ ଯାଉଥିଲେ। ସେତେବେଳେ ଜଳପଥ ମୁଖ୍ୟମାଧ୍ୟମ ଥିଲା, କିନ୍ତୁ ନୌକା, ଜାହାଜ ବୁଡ଼ିବାର ଆଶଙ୍କାକୁ ମଧ୍ୟ ରହୁଥିଲା। କେତେକ ସ୍ଥାନରେ ଦୁର୍ଘଟଣା ହେବା ପରେ ବ୍ୟବସାୟୀ ସଂଘ ସେମାନଙ୍କ ମଧ୍ୟରେ ବିଚାର ବିମର୍ଷ କରି ବୀମାର ବ୍ୟବସ୍ଥା ପ୍ରଚଳନ କଲେ। ଇଟାଲୀରେ ପ୍ରଥମଥର ପାଇଁ ବୀମା କରାଗଲା। ପରେ ଲଣ୍ଡନରେ ବ୍ୟବସ୍ଥିତ ବୀମା ଆରମ୍ଭ ହେଲା। ୧୬୬୬ରେ ଲଣ୍ଡନରେ ବଡ଼ ଧରଣର ଅଗ୍ନିକାଣ୍ଡରେ ହଜାରହଜାର ଘର ଭସ୍ମୀଭୂତ ହୋଇଗଲା। ସେଇ ସମୟରେ ବ୍ୟବସାୟୀଙ୍କ ସୁବିଧା ପାଇଁ ବୀମାର ବନ୍ଦୋବସ୍ତ ଆରମ୍ଭ କରାଯାଇଥିଲା। ୧୬୮୧ରେ ନିକୋଲୋସ୍ ବାର୍ବୋନ୍‌ ପ୍ରଥମ ବୀମା କାର୍ଯ୍ୟାଳୟ ଖୋଲିଲେ। ଏହା ପରଠାରୁ ବୀମା କରିବାକୁ ପ୍ରତ୍ୟେକ ବର୍ଗର ଲୋକ ଆଗ୍ରହ ପ୍ରକାଶ କଲେ। ବିଶ୍ବସ୍ତରରେ ଜୁନ୍ ୨୮ରେ ବୀମା ସଚେତନତା ଦିବସ ପାଳନ କରାଯାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories