www.samajalive.in
Saturday, December 13, 2025
26.1 C
Bhubaneswar

୩ମାସ ଧରି ଚାଉଳ ପାଇବାରୁ ବଞ୍ଚିତ ହିତାଧିକାରୀ ବିଡିଓଙ୍କ ଦ୍ୱାରସ୍ଥ

କଲମପୁର: ପ୍ରତି ମାସର ପ୍ରଥମ ସପ୍ତାହରେ ଖାଦ୍ୟ ସୁରକ୍ଷା ଯୋଜନାର ଖାଉଟିଙ୍କୁ ପଂଚାୟତ ମାଧ୍ୟମରେ ଦିଆଯିବ ଚାଉଳ। ସରକାରଙ୍କ ଏଭଳି ନିର୍ଦ୍ଦେଶ ରହିଛି। କିନ୍ତୁ ପରିତାପର ବିଷୟ ମାସେ କି ଦୁଇ ମାସ ନୁହେଁ ତିନି ମାସ ଧରି ଚାଉଳ ପାଇବାରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ। ବାରମ୍ବାର ପଂଚାୟତକୁ ଦୌଡି ଦୌଡି ନିରାଶ ହେଉଥିଲେ ମଧ୍ୟ କେହି ଶୁଣିବାକୁ ନାହାଁନ୍ତି। ସୋମବାର କିଛି ହିତାଧିକାରୀ ପଂଚାୟତ କାର୍ଯ୍ୟାଳୟକୁ ଯାଇ ଚାଉଳ ଯୋଗାଇବାକୁ ଦାବି କରିଥିଲେ। କିନ୍ତୁ ଗତ ମଇ ମାସରେ ଦେଖା ଦେଇଥିବା ଘୁର୍ଣ୍ଣି ଝଡ ସମୟରେ ଏକ ଗଛ ଭାଙ୍ଗି ପଂଚାୟତ ଗୋଦାମ ଉପରେ ପଡ଼ିଯାଇଥିଲା। ଯାହାରି ଫଳରେ ଭାଙ୍ଗିଯାଇଥିଲା ଗୋଦାମ ଛାତ। ପାଣି ଗଳିଯାଇ ଗୋଦାମରେ ଥିବା ଶହେ କ୍ୱିଣ୍ଟାଲରୁ ଅଧିକ ଚାଉଳ ଭିଜି ନଷ୍ଟ ହେଇଥିଲା। ଏହି ନଷ୍ଟ ଚାଉଳ ପ୍ରତି ବଦଳ ଚାଉଳ ଆସି ନଥିବାରୁ ସେ ହିତାଧିକାରୀଙ୍କୁ ଦେଇନଥିଲେ। ସୋମବାର ସଂଧ୍ୟାରେ ଚାଉଳ ପହଞ୍ଚିବା ପରେ ମଙ୍ଗଳବାର ଦିନ ଚାଉଳ ଦିଆଯିବା ନେଇ ସୂଚନା ଦେଇଥିଲେ। ମଙ୍ଗଳବାର ହିତାଧିକାରୀମାନେ ଚାଉଳ ନେବା ପାଇଁ ଆସିଥିଲେ। କିନ୍ତୁ କିଛି ଚାଉଳ ନଷ୍ଟ ହୋଇଥିବାରୁ ସେ ଚାଉଳ ନେବାକୁ ବାରଣ କରି ବିଡିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ଦ୍ୱାରସ୍ଥ ହେଇଥିଲେ। ବିଡିଓ ଶ୍ରୀ ମାଣ୍ଡାଙ୍ଗି ତୁରନ୍ତ ଯୋଗାଣ ନିରୀକ୍ଷକଙ୍କ ସମେତ ଯୋଗାଣ ସହାୟକଙ୍କ ସହ ଯୋଗାଯୋଗ କରି ତୁରନ୍ତ ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଭଲ ଚାଉଳ ଦେଖି ଗ୍ରହଣ କରିବା ପାଇଁ ଉତ୍ୟକ୍ତ ହିତାଧିକାରୀଙ୍କୁ ବୁଝାଇଥିଲେ। ଏହାସହ ଆଗାମୀ ଜୁଲାଇ ମାସର ପ୍ରଥମ ସପ୍ତାହରେ ଚାଉଳ ଆସିବା ପରେ ପ୍ରଥମେ ଗୁମାବାହାଲ ଏବଂ ବିରିପୁର ଗ୍ରାମର ହିତାଧିକାରୀଙ୍କୁ ଚାଉଳ ପ୍ରଦାନ କରାଯିବ ବୋଲି ମତବ୍ୟକ୍ତ କରିଥିଲେ। ଏହାପରେ ଗୁମାବାହାଲ ଗ୍ରାମର ହିତାଧିକାରୀମାନେ ଚାଉଳ ଗ୍ରହଣ କରିଥିବା ବେଳେ ବିରିପୁର ହିତାଧିକାରୀମାନେ ଭଲ ଚାଉଳ ଯୋଗାଇବା ପାଇଁ ଦାବି କରି ଫେରିଯାଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories