www.samajalive.in
Saturday, December 13, 2025
26.1 C
Bhubaneswar

ପଶାଖେଳ ପ୍ରତିଯୋଗିତାରେ ପୁରୀ ଦଳ ଚମ୍ପିୟାନ

ସୁଆଣ୍ଡୋ : ପୁରୀଜିଲା ସାକ୍ଷୀଗୋପାଳ ସେବାୟତ ସଂଘ ଆନୁକୂଲ୍ୟରେ ଦୁଇ ଧରି ଚାଲିଥିବା ରାଜ୍ୟସ୍ତରୀୟ ପଶାଖେଳ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଫାଇନାଲରେ ପୁରୀର ଉପେନ୍ଦ୍ର ଯାଦବ ଓ ତାଙ୍କ ସାଥୀ ନୀଳାମ୍ବର ହୋତା ବିଜୟୀ ହୋଇଛନ୍ତି । ଉକ୍ତ ପ୍ରତିଯୋଗିତାରେ ରାଜ୍ୟର ୬୪ଟି ଦଳ ଅଂଶଗ୍ରହଣ କରିଥିଲେ । ନିଖିଳ ଉତ୍କଳ ପଶା ସଙ୍ଗଠନ ସଭାପତି ପ୍ରଫୁଲ କୁମାର ଜେନା ଖେଳ ପରିଚାଳନା କରିଥିବା ବେଳେ ସୁରେନ୍ଦ୍ର ମହାପାତ୍ର ତାଙ୍କୁ ସହଯୋଗ କରିଥିଲେ । ଫକୀର ପଣ୍ଡା ଓ ତାଙ୍କ ସାଥୀ ରନର୍ସ କପ ପାଇଥିଲେ । ସେହିପରି ତାଳଚେରର ଦିଲ୍ଲିପ ଦାସ ଓ ତାଙ୍କ ସାଥୀ ସେମିଫାଇନାଲ ପର୍ୟ୍ୟନ୍ତ ଉତ୍ତମ ଖେଳ ଖେଳିଥିବା ଦୃଷ୍ଟିରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା । ସେବାୟତ ସଂଘ ସମ୍ପାଦକ ଦିବାକର ମହାପାତ୍ର ଚମ୍ପିଆନ ସିଲ୍ , ରନର୍ସ କପ୍ ଓ ପୁରଷ୍କାର ପ୍ରଦାନ କରିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories