www.samajalive.in
Saturday, December 13, 2025
21.1 C
Bhubaneswar

‘ସମାଜ’ ପ୍ରଭାବ: ମଦ୍ୟପ ଶିକ୍ଷକ ନିଲମ୍ବିତ

ଲଡୁଗାଁ: ଶିକ୍ଷାଦାନ ଛାଡ଼ି ମଦ ପିଇ ଶ୍ରେଣୀ ଗୃହରେ ଶୋଇବା ପଡ଼ିଲା ମହଙ୍ଗା। ନିଲମ୍ବିତ ହେଲେ ମଦ୍ୟପ ସହକାରୀ ଶିକ୍ଷକ ଭୋଜରାଜ ଶବର। ଖବର ପ୍ରସାରଣ ପରେ ମାମଲାର ତଦନ୍ତ କରି ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଘନାଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହ ଚୌକି ଉପରେ ମଦ୍ୟପ ଶିକ୍ଷକଙ୍କ ଶୟନ ମୁଦ୍ରା ଭିଡିଓ ଗତ ୨୧ ତାରିଖ ଦିନ ଭାଇରାଲ୍ ହୋଇଥିଲା। ଯାହାକୁ ନେଇ “ଯୋଗ ଦିବସରେ ଶୟନ ମୁଦ୍ରାରେ ମଦ୍ୟପ ଶିକ୍ଷକ” ଶୀର୍ଷକରେ ‘ସମାଜ’ ଡିଜିଟାଲ ଓ ଖବରକାଗଜରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ୨୪ ତାରିଖ ଦିନ କୋକସରା ବିଆରସିସି ତଥା ଏବିଇଓ ତଦନ୍ତ କରିଥିଲେ। ଏହାର ସତ୍ୟତା ଜାଣିବା ପରେ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ପତ୍ରାଙ୍କ ନମ୍ବର ୧୦୧୬ ଅନୁଯାୟୀ ସଂପୃକ୍ତ ମଦ୍ୟପ ଶିକ୍ଷକଙ୍କୁ ନିଳମ୍ବନ କରାଯାଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ସ୍ଥାପିତ କରାଯାଇଥିବା ଜଣାପଡ଼ିଛି। ଘନାଗୁଡା ସ୍କୁଲରେ କାର୍ଯ୍ୟରତ ସହକାରୀ ଶିକ୍ଷକ ଭୋଜରାଜ ଶବର ମାତାଲ ଅବସ୍ଥାରେ ଚୌକିରେ ଶୋଇ ରହିବା ଘଟଣା ପ୍ରଥମ ଥର ନୁହେଁ। ଭୋଜରାଜ ୨୦୧୭ ମସିହାରୁ ଏହି ସ୍କୁଲରେ ଶିକ୍ଷାଦାନ କରିବା ସହ ମଦ ପିଇ ମାତାଲ ଅବସ୍ଥାରେ ସବୁବେଳେ ରହି ଆସୁଥିବା ଗ୍ରାମବାସୀ କୁହନ୍ତି। ଏନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଦୀର୍ଘ ବର୍ଷ ଧରି ଜଣେ ଶିକ୍ଷକ ମଦ୍ୟପାନ କରି ବାରମ୍ବାର ସ୍କୁଲ ମଧ୍ୟରେ ନିଶାଶକ୍ତ ଅବସ୍ଥାରେ ରହିବା ଘଟଣା ଉପରେ ଏତେ ଦିନ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଶିକ୍ଷା ବିଭାଗ ଚୁପ ରହିଥିଲା ତାହାକୁ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories