www.samajalive.in
Saturday, December 13, 2025
26.1 C
Bhubaneswar

ରାମ ମନ୍ଦିର କାଠ ନମୂନାର ୫୦% ଖୋଦେଇ ଶେଷ

ଅଯୋଧ୍ୟା : ରାମ ଜନ୍ମଭୂମୀ-ବାବ୍ରି ମସ୍‍ଜିଦ ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଥିବା ବେଳେ ପ୍ରସ୍ତାବିତ ରାମମନ୍ଦିରର ପ୍ରସ୍ତାବିତ କାଠ ନମୂନା ଖୋଦେଇ କାର୍ଯ୍ୟ ଇତିମଧ୍ୟରେ ୫୦% ଶେଷ ହୋଇଛି। ଏଠାକାର କରସେବକପୁରମ୍‍ଠାରେ ଏକାଧିକ କାରିଗର ଏହି ନମୂନା ନିର୍ମାଣ କାର୍ଯ୍ୟରେ ଜୁଟିଛନ୍ତି। ଅନ୍ୟପଟେ ଏହାକୁ ଦେଖିବା ଲାଗି କରସେବକପୁରମକୁ ଦେଶର ବିଭିନ୍ନ ପ୍ରନ୍ତରୁ ବହୁ ଶ୍ରଦ୍ଧାଳୁଙ୍କ ଆଗମନ ଲାଗି ରହିଛି। କରସେବକପୁରମ ୱର୍କସପ ଦାୟିତ୍ୱରେ ଥିବା ଅନୁଭାଇ ସୋମପୁରା କହିଛନ୍ତି, ନାନା କାରୁକାର୍ଯ୍ୟ ଖୋଦେଇ ହୋଇଥିବା କାଠ ଓ ବିରାଟକାୟ ପଥର ୱାର୍କଶପ୍‍ ପରିସରରେ ଖୋଲାରେ ପଡି ରହିଛି। ମନ୍ଦିର ନିର୍ମାଣ ଲାଗି ସବୁଜ ସଙ୍କେତ ମିଳିବା ମାତ୍ରେ ଏସବୁ କାରୁକାର୍ଯ୍ୟପୂର୍ଣ୍ଣ ପ୍ରସ୍ତରକୁ ସିଧାସଳଖ ନିର୍ମଣରେ ବ୍ୟବହାର କରାଯିବ। ଅଯୋଧ୍ୟାରେ ୨୬୮ ଫୁଟ ଲମ୍ବ, ୧୪ ଫୁଟ ଚଉଡା ଏବଂ ୧୨୮ ଫୁଟ ଉଚ୍ଚତା ବିଶିଷ୍ଟ ରାମମନ୍ଦିର ନିର୍ମାଣ କରିବାକୁ ଯୋଜନା ରହିଛି। ଏହି ମନ୍ଦିରରେ ୨୧୨ଟି ସ୍ତମ୍ଭ ରହିବ। ପ୍ରତ୍ୟେକ ସ୍ତମ୍ଭରେ ୧୬ଟି ପ୍ରତିମୂର୍ତ୍ତି ରହିବ। ଏହି ମୂର୍ତ୍ତି ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି ବୋଲି ୭୦ ବର୍ଷ ବୟସ୍କ ସୋମପୁରା ପ୍ରକାଶ କରିଛନ୍ତି। ସେ କହିଛନ୍ତି ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦାନରେ ଏହି ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ପୂର୍ବାପେକ୍ଷା ବର୍ତ୍ତମାନ ଅନୁଦାନ ପରିମାଣ ହ୍ରାସ ପାଇଛି। ଅନ୍ୟପଟେ ଉପଯୁକ୍ତ କାରିଗର ମଧ୍ୟ ନ ଥିବାରୁ ନିର୍ମାଣ କାର୍ଯ୍ୟ ବାଧାପ୍ରପ୍ତ ହେଉଥିବା ସେ ପ୍ରକାଶ କରିଛନ୍ତି। ୧୯୯୦ରେ ଏଠାରେ ୧୫୦ ଜଣ କାରିଗର କାର୍ଯ୍ୟ କରୁଥିଲେ। ସେମାନଙ୍କ ମଧ୍ୟରୁ କେତେକ ଇତିମଧ୍ୟରେ କାର୍ଯ୍ୟଛାଡି ଚାଲିଯାଇଛନ୍ତି। ଏଠାରେ ଥିବା ଅନ୍ୟ କାରିଗରମାନେ ପୂର୍ବାହ୍ଣ ୭ଟାରୁ ୫ଟା ପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି। କେବଳ ଅମାବାସ୍ୟା ଦିନ କାମ ବନ୍ଦ ରହିଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories