www.samajalive.in
Saturday, December 13, 2025
26.1 C
Bhubaneswar

ବିଲାତି କିଲୋ ପିଛା ୧୦୦ ଟପିଲା

ଭୁବନେଶ୍ବର : ସାରାରାଜ୍ୟରେ ବିଲାତି କିଲୋଗ୍ରାମ ପିଛା ୧୦୦ ଟଙ୍କା ଟପିଛି। ପ୍ରତିବର୍ଷ ଏହି ସମୟରେ ଟମାଟୋ କିଲୋ ଗ୍ରାମ୍‌ ପିଛା ୩୦ରୁ ୪୦ ଟଙ୍କାରେ ବିକ୍ରି ହୋଇଥାଏ। କିନ୍ତୁ ଏବର୍ଷ ସବୁଠାରୁ ନିଆରା। ଅସମୟରେ ବର୍ଷା ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି। ଯେଉଁ ପରିମାଣରେ ବିଲାତି ମହଜୁଦ୍‌ ରହିବା କଥା, ସେତିକି ନାହିଁ। ଫଳରେ ବିଲାତିର ଆକାଶଛୁଆଁ ଦର ବଢ଼ିଛି। କେବଳ ଓଡ଼ିଶା ନୁହଁ ଦେଶର ବିଭିନ୍ନ ସହରରେ ବିଲାତି ଦର ବୃଦ୍ଧି ପାଇଛି। ବେଙ୍ଗାଲୁରରୁ ଓଡ଼ିଶାକୁ ବିଲାତି ଆସିଥାଏ। ବେଙ୍ଗାଲୁରରେ ପ୍ରବଳ ବର୍ଷା ହେଉଥିବାରୁ ବିଲାତି ଗୁଡ଼ିକ ପାଣି ଲାଗି ପଚିଯାଉଛି। ଓଡ଼ିଶାକୁ ଠିକ୍‌ ଭାବେ ଆମଦାନୀ ହେଉ ନାହିଁ। ଯାହାକିଛି ଆମଦାନୀ ହେଉଛି ତାହା ମଧ୍ୟ ଆଣିଲା ବାଟରେ କିଛି ପଚିଯାଉଛି। ସେଥିପାଇଁ ଏପରି ସମସ୍ୟା ସୃଷ୍ଟି ହୋଇଛି ବୋଲି ଜନୈକ ବ୍ୟବସାୟୀ କହିଛନ୍ତି। ମିଳିଥିବା ସୂଚନା ଅନୁସାରେ କଟକରେ ବିଲାତି କେଜି ପିଛା ଶହେରୁ ୧୨୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ବାଲେଶ୍ୱରରେ କେଜି ପ୍ରତି ୧୦୦ଟଙ୍କା ରହିରହିଥିବାବେଳେ ବ୍ରହ୍ମପୁରରେ ମଧ୍ୟ ବିଭିନ୍ନ ବଜାରରେ ବିଲାତି କେଜି ୧୦୦ ଟଙ୍କାରେ ବିକ୍ରି ହେଉଛି। ରାଉରକେଲାରେ ବିଲାତି କେଜି ୯୦ ଟଙ୍କାରେ ବିକ୍ରି ହେଉ ଥିବା ବେଳେ ରାଜଧାନୀ ଭୁବନେଶ୍ୱର ୧ ନମ୍ବର ବଜାରରେ ବିଲାତି ଦର କେଜି ୮୦ ଟଙ୍କା ରହିଛି । ସମ୍ବଲପୁରରେ ମଧ୍ୟ ବିଲାତି କେଜି ପ୍ରତି ୮୦ରୁ ୯୦ ଟଙ୍କା ମଧ୍ୟରେ ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories