ଶ୍ରୀମନ୍ଦିର ଭିତର ଭିଡିଓ ପ୍ରଘଟ ମାମଲା, ୩ ସୁଦ୍ଧା ହାଜର ନିର୍ଦେଶ

ପୁରୀ: ଶ୍ରୀମନ୍ଦିର ଭିତରର ରିଲ୍ସ ଭିଡିଓ ପ୍ରଘଟ ଘଟଣାରେ ଅଭିଯୁକ୍ତ ରୋହିତ ଜୈଶ୍ବାଲଙ୍କ ବିରୋଧରେ ସିଂହଦ୍ବାର ପୁଲିସ ମାମଲା ରୁଜୁ କରିଛି। ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ସିଂହଦ୍ବାର ଥାନାରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି । ରୋହିତ ଜୈଶ୍ବାଲ ୧୯୭୩ ନାଁରେ ଥିବା ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଛି ଭିଡିଓ । ରଥଯାତ୍ରା ପରେ ଶ୍ରୀମନ୍ଦିର ଭିତରର ଏହି ଭିଡିଓ କରାଯାଇଛି । ରୋହିତ ନିଜେ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିଥିବା ସୂଚନା ମିଳିଛି । ଥାନାରେ ହାଜର ନହେଲେ ରୋହିତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

Comments are closed.