www.samajalive.in
Monday, December 8, 2025
13.1 C
Bhubaneswar

ଏହି ଜିନିଷର କରନ୍ତୁ ସେବନ : ଶୀଘ୍ର କମିଯିବ ଓଜନ..

ମୋଟାପଣ ଓ ଶରୀର ପାଇଁ ଅନାବଶ୍ୟକ ଚର୍ବି ବର୍ତ୍ତମାନ ସଭିଁଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ। ଦୈନନ୍ଦିନ ଜୀବନରେ କିଛି ଅଭ୍ୟାସ, ସ୍ୱତନ୍ତ୍ର ଖାଦ୍ୟପେୟ ଆଦି କାରଣରୁ ଶରୀରରେ ମେଦବହୁଳତା ବୃଦ୍ଧି ପାଇଥାଏ। ପେଟ ଆବଶ୍ୟକତାରୁ ଅଧିକ ବାହାରି ଥିଲେ, ଏଥିପାଇଁ ଅନେକ ଚିନ୍ତିତ ରହିଥାଆନ୍ତି। ପେଟ୍‌‌ କମ୍‌‌ କରିବା ପାଇଁ ଅନେକ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ଓଜନ ହ୍ରାସ ସହ ପେଟ କମ୍‌‌ କରିବାକୁ ଇଚ୍ଛୁକ ଥିଲେ, ଏକ ସରଳ ଉପାୟ ବିଷୟରେ ଜାଣନ୍ତୁ।
ଯେକୌଣସି ଖାଦ୍ୟ ସେବନ କଲେ ଏହାର ପ୍ରଭାବ ଶରୀର ଓ ଓଜନ ଉପରେ ପଡିଥାଏ। ଖୁବ କମ୍‌‌ ଲୋକେ ଏହି ସହଜ ଓ ସରଳ ଉପାୟ ବିଷୟରେ ଜାଣିଥିବେ, ଯାହାକୁ ଆପଣାଇବା ଦ୍ୱାରା ଖୁବ ଶୀଘ୍ର ଓଜନ କମିବା ସହ ପେଟ ମଧ୍ୟ କମ୍‌‌ ହୋଇଥାଏ।
ଦହି ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହା ସଭିଁଙ୍କୁ ଜଣା। ଏହା ଶୀଘ୍ର ଓଜନ ହ୍ରାସ କରିବାରେ ମଧ୍ୟ ବେଶ ସହାୟକ ହୋଇଥାଏ। ଦହିରେ ଗୋଲମରିଚ ଓ ସାମାନ୍ୟ କଳାଲୁଣ ମିଶାଇ ସେବନ କଲେ ଓଜନ କମ୍‌‌ ହୋଇଥାଏ। ନିୟମିତ ଭାବେ ପ୍ରତିଦିନ ସକାଳ, ମଧ୍ୟାହ୍ନ ଭୋଜନର ଏକ ଘଣ୍ଟା ପୂର୍ବରୁ ଅଳ୍ପ ପରିମାଣରେ ଦହିରେ ଗୋଲମରିଚ ଗୁଣ୍ଡ, ସାମାନ୍ୟ କଳାଲୁଣ ପକାଇ ଖାଆନ୍ତୁ। ଏହା ଓଜନ କମ କରିଥାଏ।
ଦହିରେ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଛି। ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ମେଟାବୋଲିଜିୟମ ସ୍ତରକୁ ସଠିକ୍‌‌ ରଖିଥାଏ। ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ଦହି ସେବନ କରିବା ଦ୍ୱାରା ଏହା ଶରୀରରୁ ଅତିରିକ୍ତ ଚର୍ବିକୁ କମ୍‌‌ କରିଥାଏ।

 

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories