www.samajalive.in
Saturday, December 13, 2025
26.1 C
Bhubaneswar

ଗଞ୍ଜେଇ ସହ ବୋଲେରୋ ଜବତ, ଜଣେ ଯୁବକ ଗିରଫ

ଫୁଲବାଣୀ : ଫୁଲବାଣୀ ସଦର ଅବକାରୀ ବିଭାଗ ରବିବାର ସକାଳେ ପାଟ୍ରୋଲିଂ କରୁଥିବା ବେଳେ ସଦର ଥାନା ଅନ୍ତର୍ଗତ ଦୁଡୁକି ପଞ୍ଚାୟତ ଅରାପାଜୁ ଛକରେ ଗୋଟିଏ ବୋଲେରୋ ପିକଅପକୁ ଅଟକାଇ ଯାଞ୍ଚ କରି ବୋଲେରୋ ପିକଅପରୁ ୨କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିଲେ। ଏହି ଘଟଣାରେ ଜଣେ ଯୁବକକୁ ଗିରଫ କରିଛି ସଦର ଅବକାରୀ ବିଭାଗ । ଉକ୍ତ ଯୁବକ ଜଣକ ହେଲେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଆଦର୍ଶ ଟାଉନ ଥାନା ଅନ୍ତର୍ଗତ ପିଅନପଡା ଅଞ୍ଚଳ ମା ମଙ୍ଗଳା ସାହିର ଦିପୁରଞ୍ଜନ ସ୍ୱାଇଁ ବୟସ (୩୯ବର୍ଷ)।
ସଦର ଅବକାରୀ ବିଭାଗର ପକ୍ଷରୁ ମିଳିଥିବା ସୁଚନା ଅନୁସାରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଫୁଲବାଣୀ ସଦର ଅବକାରୀ ବିଭାଗର କର୍ମଚାରୀ ମାନେ ରବିବାର ସକାଳେ ପାଟ୍ରୋଲିଂ କରୁଥିବା ବେଳେ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଦୁଡୁକି ଗ୍ରାମପଞ୍ଚାୟତର ଅରାପାଜୁ ଛକରେ ଗୋଟିଏ ବୋଲେରୋ ପିକଅପକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିବାରୁ ସେହି ବୋଲେରୋ ପିକଅପରୁ ୨କୁଇଣ୍ଟାଲ ଗଞ୍ଜେଇ ବାହାରି ଥିଲା। ଯାହାର ବଜାର ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ଫୁଲବାଣୀ ସଦର ଅବକାରୀ ବିଭାଗ ପକ୍ଷରୁ ୧୯/୨୦୨୩/୨୪ ଏକ ମାମଲା ରୁଜ୍ଜୁ କରି ଗଞ୍ଜେଇ ଚାଲାଣ କାରୀଙ୍କୁ କୋର୍ଟ ଚାଲାଣ କରିଛି। ଅବକାରୀ ଇନ୍ସପେକ୍ଟର ଶ୍ରୀଧର ହେମ୍ବ୍ରମଙ୍କ ନେତୃତ୍ୱରେ ଆସିଷ୍ଟାଣ୍ଡ ସବ ଇନ୍ସପେକ୍ଟର ଭୃଗୁପତି ଦିଗାଲ, ଅବକାରୀ କନେଷ୍ଟବଳ ସଦାଶିବ ରଣା ସହ ଅବକାରୀ କନେଷ୍ଟବଳ ଏମ ସଞ୍ଜୀବ କୁମାର ଏବଂ ମିସ୍ ମିନତୀ ଗୌନ୍ତିଆ ଏହି ପାଟ୍ରୋଲିଂ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories